Advertisment

EPFରେ ନୂଆ ପରିବର୍ତ୍ତନ: ଜନ୍ମତାରିଖ ଭୁଲଥିଲେ ଅନଲାଇନ୍‌ରେ ହୋଇପାରିବ ଅପଡେଟ୍‌

ପୁରା ଅନଲାଇନ୍ ପ୍ରକ୍ରିୟାକୁ ନେଇ ଇପିଏଫ୍ଓ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
EPF Dob Update

EPF Dob Update

Advertisment

ଏଣିକି ଇପିଏଫ ଉପଭୋକ୍ତା ଅନଲାଇନରେ ନିଜର ଜନ୍ମତାରିଖ ଅପଡେଟ୍ କରିପାରିବେ। ବ୍ୟକ୍ତିଗତ ତଥ୍ୟ ଏବଂ କେୱାଇସି ମଧ୍ୟ ଅପଡେଟ୍ କରିହେବ। ଏଥିପାଇଁ ୟୁଜରଙ୍କୁ ଇପିଏଫଓ ପୋର୍ଟାଲକୁ ଯାଇ ନିଜ ଆକାଉଂଟରେ ଲଗ୍ ଇନ୍ କରି ଆବଶ୍ୟକ ଡକ୍ୟୁମେଂଟ୍ ପ୍ରଦାନ କରିବାକୁ ପଡିବ। ଜନ୍ମ ତାରିଖ ଅପଡେଟ୍ କରିବାର ପୁରା ଅନଲାଇନ୍ ପ୍ରକ୍ରିୟାକୁ ନେଇ ଇପିଏଫ୍ଓ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।

Advertisment

ପୂର୍ବରୁ ଜନ୍ମତାରିଖ ଭୁଲ୍ ଦର୍ଶାଇଥିଲେ, ଆଧାର କାର୍ଡ ଜରିଆରେ ତାକୁ ଅପଡେଟ୍ କରିହେବ। ତେବେ ଏଥିପାଇଁ ଉଭୟ ଇପିଏଫ୍ ଏବଂ ଆଧାରରେ ଥିବା ଜନ୍ମ ତାରିଖ ଅବଧି ତିନି ବର୍ଷରୁ କମ୍ ସମୟ ମଧ୍ୟରେ ରହିଥିବା ଆବଶ୍ୟକ।

Advertisment

୩ ବର୍ଷରୁ ଅଧିକ କେସରେ ଉପଭୋକ୍ତାଙ୍କୁ ନିଜର ଆଧାର କାର୍ଡ ଅପଲୋଡ୍ କରିବାକୁ ହେବ। ଆଧାର କାର୍ଡ ସହ ଜନ୍ମ ପ୍ରମାଣପତ୍ର, ଶିକ୍ଷାଗତ ପ୍ରମାଣପତ୍ର, ପାସପୋର୍ଟ କିମ୍ବା ପ୍ରମାଣଯୋଗ୍ୟ ସରକାରୀ ଦସ୍ତାବିଜର ଡକ୍ୟୁମେଂଟ୍ ମଧ୍ୟ ଦେବାକୁ ପଡିବ।

EPFO KYC Adhar Number
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ