ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।
ଭାରତ ସୀମାରେ ଶୁକ୍ରବାର ସକାଳୁ ସକାଳୁ ପୁଣି ଡ୍ରୋନ ଉଡାଉଥିଲା ପାକିସ୍ତାନ। ହେଲେ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ପକ୍ଷରୁ ଏହାକୁ ଗୁଳି କରି ଖସାଇ ଦିଆଯାଇଛି। ଆଜି ସକାଳ ପ୍ରାୟ ୪ଟା ୩୦ ସମୟରେ ଅମୃତସର ନିକଟ ଭାରତ-ପାକ ଆନ୍ତର୍ଜାତିକ ସୀମାରେ ଏହି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା ।