Advertisment

ବାଚସ୍ପତି ପଦକୁ ନେଇ NDAର ମାନସ ମନ୍ଥନ, ରାଜନାଥ ସିଂଙ୍କ ଘରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ୨୬ ତାରିଖରେ ୧୮ ତମ ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ, ଏହା ପୂର୍ବରୁ ନିଜର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରିବାକୁ ଏହି ବୈଠକ ବସିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Key NDA meet discusses candidates for posts of speaker

NDA Meeting

Advertisment

ଲୋକସଭା ବାଚସ୍ପତି ଓ ଉପବାଚସ୍ପତି ପଦକୁ ନେଇ NDAର ମାନସ ମନ୍ଥନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ଲଲ୍ଲନ ସିଂ, ଏଲଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ପ୍ରମୁଖ ଯୋଗ ଦେଇଥିଲେ ।

Advertisment

ଆସନ୍ତା ୨୬ ତାରିଖରେ ୧୮ ତମ ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ, ଏହା ପୂର୍ବରୁ ନିଜର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରିବାକୁ ଏବଂ ‘ଇଣ୍ଡି’ ମେଣ୍ଟକୁ ଚେକ୍ ଦେବା ଭଳି ରଣନୀତି ପ୍ରସ୍ତୁତ କରିବାକୁ ଏହି ବୈଠକ ବସିଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: EVM କୁ ନେଇ ପୁଣି ଉଠିଲା ପ୍ରଶ୍ନ; ରାହୁଲ କହିଲେ, ଏଟା ଗୋଟେ ବ୍ଲାକ୍ ବକ୍ସ

Advertisment

ବିଜେପି ପକ୍ଷରୁ ବାଚସ୍ପତି ରେସ୍‌ରେ ସବୁଠୁ ଆଗରେ ରହିଛି ୭ ଥରର ବିଜେପି ସାଂସଦ ରାଧା ମୋହନ ସିଂଙ୍କ ନାମ। ସେହିପରି ପୂର୍ବ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନାମ ମଧ୍ୟ ବାଚସ୍ପତି ରେସ୍‌ରେ ରହିଛି । ସେ ପୁଣିଥରେ ବାଚସ୍ପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଦୁଇ ଜଣଙ୍କ ବ୍ୟତୀତ ତୃତୀୟ ନାମ ଯାହାକୁ ନେଇ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି. ପୁରନ୍ଦେଶ୍ୱରୀ । ସେହିପରି ବିରୋଧୀଙ୍କ ପକ୍ଷରୁ ଉପବାଚସ୍ପତି ପଦ ପାଇଁ ଦାବି କରିଛି ‘ଇଣ୍ଡି’ ମେଣ୍ଟ । ଏଥିରେ ଏନଡିଏ ରାଜି ନ ହେଲେ ‘ଇଣ୍ଡି’ ମେଣ୍ଟ ନିଜ ଆଡ଼ୁ ବାଚସ୍ପତି ପ୍ରାର୍ଥୀଙ୍କୁ ମଧ୍ୟ ମୈଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ମୋଦୀ କ୍ୟାବିନେଟ୍ 3.0 ର ଶପଥ ଗ୍ରହଣ ଏବଂ ପୋର୍ଟଫୋଲିଓ ବଣ୍ଟନ ପରେ ସଂସଦର ବଜେଟ୍ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇପାରେ। ଏହା ସହିତ ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚିତ ହୋଇପାରେ ବୋଲି କୁହାଯାଉଛି। ସୂଚନାନୁସାରେ, ସଂସଦର ୮ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଜୁନ୍ ୨୪ରୁ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିପାରେ। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଜୁନ୍ ୨୪ ଏବଂ ୨୫ରେ ନୂତନ ସାଂସଦମାନେ ଶପଥ ଗ୍ରହଣ କରିପାରନ୍ତି। ଏଥି ସହିତ ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବାର ସମ୍ଭାବନା ରହିଛି ।

BJP Rajnath Singh NDA Lok Sabha Speaker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ