Advertisment

ଘରେ ଥିଲେ ବିଧାୟକ, ବାହାରୁ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

ବିଧାୟକ କହିଛନ୍ତି, ‘ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ମୁଁ ମୋ ଘର ଭିତରେ ଥିଲି। ସୌଭାଗ୍ୟ ବଶତଃ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ମୋର ପରିବାର ସଦସ୍ୟ କିମ୍ବା କର୍ମଚାରୀ କେହି ଆହତ ହୋଇନାହାଁନ୍ତି ।

ଅଦ୍ୟତନ ହୋଇଛି
Maratha Reservation

Maratha Reservation

Advertisment

ଘରେ ଥିଲେ ବିଧାୟକ, ବାହାରୁ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ । ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ଏକ ହିଂସାତ୍ମକ ରୂପ ନେଇଛି । ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀମାନେ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ । ମରାଠା ସଂରକ୍ଷଣ ଆନ୍ଦୋଳନକାରୀଙ୍କ ଆକ୍ରମଣ ପରେ ବିଧାୟକ ପ୍ରକାଶ ସୋଲାଙ୍କେ ପ୍ରତିକ୍ରିୟା ଦେଇଛନ୍ତି। ବିଧାୟକ କହିଛନ୍ତି, ‘ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ମୁଁ ମୋ ଘର ଭିତରେ ଥିଲି। ସୌଭାଗ୍ୟ ବଶତଃ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ମୋର ପରିବାର ସଦସ୍ୟ କିମ୍ବା କର୍ମଚାରୀ କେହି ଆହତ ହୋଇନାହାଁନ୍ତି ।

Advertisment

ବିଧାୟକ ପ୍ରକାଶ ସୋଲାଙ୍କେ କହିଛନ୍ତି ଯେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ମରାଠା ସଂରକ୍ଷଣ ବିରୋଧୀଙ୍କ ଦ୍ୱାରା ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ବିଡ୍ ବାସଭବନ ଉପରେ ହୋଇଥିବା ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ମନୋଜ ଜରାଙ୍ଗେ ପାଟିଲ (ମରାଠା ମୋର୍ଚ୍ଚାର ସଂଯୋଜକ) ଧ୍ୟାନ ଦେବା ଉଚିତ୍ ଯେ ଏହି ପ୍ରତିବାଦ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛି। ଏହା ଭୁଲ ଦିଗରେ ଯାଉଛି।

Advertisment

ମରାଠା ସମ୍ପ୍ରଦାୟକୁ ସ୍ଥାୟୀ ସଂରକ୍ଷଣ ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ପାଇଁ ଜୋରଦାର ଆନ୍ଦୋଳନ ହେଉଛି। ଯେପରି ପଛୁଆ ବର୍ଗର ଲୋକମାନଙ୍କୁ ସଂରକ୍ଷଣ ଦିଆଯାଉଛି ସେହିପରି ମରାଠା ସମ୍ପ୍ରଦାୟର ଲୋକମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମାନ ସଂରକ୍ଷଣ ଦିଆଯାଉ। ସୂଚନାଯୋଗ୍ୟ ଯେ ମରାଠା ସଂରକ୍ଷଣ ଦାବି କରୁଥିବା ଆନ୍ଦୋଳନ ମରାଠା ମୋର୍ଚ୍ଚା ସଂଯୋଜକ ମନୋଜ ଜରାଙ୍ଗେ ପାଟିଲଙ୍କ ନେତୃତ୍ୱରେ ଚାଲିଛି।

India Maharastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ