Advertisment

ପିଲାଙ୍କ ବହିରୁ ଡାରୱିନ୍‌ ବିବର୍ତ୍ତନ ତତ୍ୱକୁ ହଟାଇଦେଲା ଏନସିଇଆରଟି

ଦେଶର ୧୮ଶହରୁ ଅଧିକ ବୈଜ୍ଞାନିକ ଓ ଶିକ୍ଷାବିତ୍ ମାନେ ଦସ୍ତଖତ କରି ଖୋଲା ଚିଠି ଦେଇଛନ୍ତି। ପାଠ୍ୟକ୍ରମରୁ ସବୁଦିନ ପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବା ସମସ୍ତଙ୍କୁ ବ୍ୟଥିତ କରିଥିବା ସେମାନେ ଉଲ୍ଲେଖ କରିଛନ୍ତି।

ଅଦ୍ୟତନ ହୋଇଛି
NCERT removes Darwin's evolution theory from science textbook

NCERT removes Darwin's evolution theory from science textbook

Advertisment

ପିଲାଙ୍କ ଉପରୁ ପାଠ ବୋଝ କମାଇବା ପାଇଁ ପାଠ୍ୟକ୍ରମରୁ ସମ୍ୟକ ଅଂଶ ହ୍ରାସ କରିଛି ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (NCERT)। କିନ୍ତୁ  ଏହି କ୍ରମରେ ପିଲାଙ୍କ ପାଠପଢାରୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହଟାଇଦେଇଥିବା ଅଭିଯୋଗ ହୋଇଛି। ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ Darwin's Evolution Theory(ଡାରୱିନ ବିବର୍ତ୍ତନ ତତ୍ୱ)କୁ ହଟାଇ ଦେଇଥିବାରୁ ଏହାକୁ ବିରୋଧ କରିଛନ୍ତି ବୈଜ୍ଞାନିକ ଓ ଶିକ୍ଷାବିତ୍। 

Advertisment

ଏନେଇ ଦେଶର ୧୮ଶହରୁ ଅଧିକ ବୈଜ୍ଞାନିକ ଓ ଶିକ୍ଷାବିତ୍ ମାନେ ଦସ୍ତଖତ କରି ଖୋଲା ଚିଠି ଦେଇଛନ୍ତି। ଗତ ଏପ୍ରିଲ ୨୦ରେ ପ୍ରେସ ବିଜ୍ଞପ୍ତି ସାରି କରି ବ୍ରେକ ଥ୍ରୁ ସାଇନ୍ସ ସୋସାଇଟି କହିଛି, ଯେଉଁଥିରେ  'An Appeal Against Exclusion of Evolution from Curriculum,'କୁ ଟାଇଟଲ ଦିଆଯାଇଛି।  ଏହି ଚିଠିରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପରି ବିଶିଷ୍ଟ ବିଜ୍ଞାନ ପ୍ରତିଷ୍ଠାନ ବୈଜ୍ଞାନିକମାନେ ତଥା ବିଶିଷ୍ଟ ଶିକ୍ଷାବିତ୍‌ମାନେ ସ୍ବାକ୍ଷର କରିଛନ୍ତି।

ତେବେ ଚିଠିରେ ଉଲ୍ଲେଖ ଅଛି ଯେ ''କରୋନା କାଳରେ ପିଲାଙ୍କ ଉପରୁ ଚାପ କମାଇବା ପାଇଁ ସାମୟିକ ଭାବେ କିଛି ଅଂଶକୁ ବାଦ ଦିଆଯାଇଥିଲା। ୧୦ମ ଶ୍ରେଣୀ ବିଜ୍ଞାନ ପାଠ୍ୟ ପୁସ୍ତକର ୯ମ ଅଧ୍ୟାୟ ‘ହେରିଡିଟି ଆଣ୍ଡ୍ ଇଭଲ୍ୟୁସନ’ ସ୍ଥାନରେ ‘ହେରିଡିଟି’ ବିଷୟ ରଖାଯାଇଛି। ହେଲେ ପିଲାଙ୍କ ପାଠ୍ୟକ୍ରମରୁ ଡାରୱିନ ବିବର୍ତ୍ତନ ତତ୍ୱ(The Theory of Evolution)କୁ NCERT ହଟାଇଦେବା ବୈଜ୍ଞାନିକ ଓ ଶିକ୍ଷାବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାକି ନବମ ଓ ଦଶମ ପିଲାଙ୍କ ବାୟୋଲୋଜିକାଲ ଥିଓରିର ପ୍ରାଥମିକ ଅଂଶ।''

Advertisment

''କରୋନା କାଳରେ ପିଲାଙ୍କ ଉପରୁ ଚାପ କମାଇବା ପାଇଁ ସାମୟିକ ଭାବେ ଏହାକୁ ବାଦ ଦିଆଯାଇଥିଲା। ହେଲେ ପାଠ୍ୟକ୍ରମରୁ ସବୁଦିନ ପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବା ସମସ୍ତଙ୍କୁ ବ୍ୟଥିତ କରିଛି।  ଏହାଦ୍ୱାରା ମଣିଷ ବିବର୍ତ୍ତନ ଓ ଅତୀତରୁ ବର୍ତ୍ତମାନ ଜାଣିବାରେ ଯେଉଁ ମୁଳଦୁଆ ରହିଛି, ତାହା ଜାଣିପାରିବେ ନାହିଁ ଓ ଗୋଟିଏ ପ୍ରଜାତିରୁ ବିବର୍ତ୍ତନ ହୋଇ ମଣିଷ ଏଯାଏଁ କେମିତି ପହଞ୍ଚିଛି ତାହା ଜାଣିପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।''

Scientist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ