ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ NBF ପ୍ରତିନିଧି ମଣ୍ଡଳୀ

ନ୍ୟୁଜ ବ୍ରଡକାଷ୍ଟର୍ସ ଫେଡେରେସନର (NBF) ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଭାରତୀୟ ବ୍ରଡକାଷ୍ଟ ନ୍ୟୁଜ ମିଡିଆ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ।

NBF Delegation Met PM Modi

ଦେଶର ସବୁଠୁ ବଡ଼ ନ୍ୟୁଜ ଫେଡରେସନ, ନ୍ୟୁଜ ବ୍ରଡକାଷ୍ଟର୍ସ ଫେଡେରେସନର (NBF) ପ୍ରତିନିଧି ମଣ୍ଡଳୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ସଂସ୍ଥାର ପ୍ରମୁଖମାନଙ୍କ ଏକ ପ୍ରତିନିଧିମଣ୍ଡଳୀ ଭାରତୀୟ ବ୍ରଡକାଷ୍ଟ ନ୍ୟୁଜ ମିଡିଆ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀସ୍ଥିତ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସାମିଲ ହୋଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । 

ଗଣମାଧ୍ୟମ ସଂସ୍ଥା ଗୁଡି଼କର ସ୍ଥିତି, ଆହ୍ୱାନ ଓ ଭବିଷ୍ୟତକୁ ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା । NBFର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ରିପ୍ଲବିକ୍ ମିଡିଆ ନେଟୱର୍କର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ପ୍ରତିନିଧି ମଣ୍ଡଳୀର ନେତ୍ୱତ୍ୱ ନେଇଥିଲେ । ବୈଠକରେ ଓଡ଼ିଶା ଟେଲିଭିଜନ ନେଟୱର୍କ(OTV)ର କୋ-ଫାଉଣ୍ଡର ତଥା ଏମଡି ଜଗି ମଙ୍ଗତ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ । ସେହିପରି ଦେଶର ଅନ୍ୟ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ମୁଖ୍ୟମାନେ ଏହି ବୈଠକରେ ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ: ବାଇଡେନଙ୍କ ସହ କଥା ହେଲେ ମୋଦି; ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ବାରୋପ...

ନ୍ୟୁଜ ଇଣ୍ଡଷ୍ଟ୍ରୀ ପାଇଁ ଦୁରଦର୍ଶୀ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ମାଗିଥିଲା NBF । ଦ୍ରୁତଗତିରେ ବିକଶିତ ହେଉଥିବା ଟେକନିକ୍ ଓ ଡିଜିଟାଇଜେସନକୁ ଦୃଷ୍ଟିରେ ରଖି ନ୍ୟୁଜ ଇଣ୍ଡଷ୍ଟ୍ରୀକୁ ଭବିଷ୍ୟତ ପାଇଁ ସମୃଦ୍ଧ ରଖିବାକୁ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପୂର୍ବରୁ ନ୍ୟୁଜ ବ୍ରଡକାଷ୍ଟର୍ସ ଫେଡେରେସନର ପ୍ରତିନିଧି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟିଥିଲେ । ପ୍ରତିନିଧି ମଣ୍ଡଳୀର ସଦସ୍ୟଙ୍କୁ ସବୁ ସମସ୍ୟାର ସମାଧାନ ପାଇଁ ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୂଚନା ପ୍ରସାରଣ ମନ୍ତ୍ରୀ ।

NBFର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ଭାରତର ଲୋକତାନ୍ତ୍ରିକ ମୂଲ୍ୟବୋଧ ଅନୁସାରେ ଗଣମାଧ୍ୟମ କ୍ଷେତ୍ରକୁ ଆଗକୁ ବଢ଼ାଇବା ସହ ଦେଶର ଲୋକତନ୍ତ୍ରର ସ୍ତମ୍ଭ ଭାବେ ନିରନ୍ତର ଭୂମିକା ସୁନିଶ୍ଚିତ କରିବା ନେଇ ଚର୍ଚ୍ଚା ହୋଇଛି । NBF ୭୦ରୁ ଅଧିକ ବ୍ରଡକାଷ୍ଟର୍ସଙ୍କ ଏକ ସଂଘ । ଯାହାକି ଭାରତର ୨୫ରୁ ଅଧିକ ରାଜ୍ୟରେ ୧୪ଟି ଭାଷାରେ ଖବର ପ୍ରସାରଣ କରୁଛି । 

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି NBF ପ୍ରତିନିଧିମଣ୍ଡଳୀ