Advertisment

National Press Day: ପରିବର୍ତ୍ତନଶୀଳ ଗଣମାଧ୍ୟମ, ଆହ୍ୱାନ ଏବେ ଫେକ୍ ନ୍ୟୁଜ୍

ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ ବା ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଏହା ମୁକ୍ତ ଭାବେ ଖବର ପରିବେଷଣ ଓ ତଥ୍ୟ ପ୍ରଦାନ କରିବା ସହ ସରକାରଙ୍କୁ ଉତ୍ତରଦାୟୀ କରିବାର କ୍ଷମତା ରଖିଛି । କିନ୍ତୁ ଏବେ ଫେକ୍ ନ୍ୟୁଜ୍ ସାଜିଛି ବିପଦ ।

ଅଦ୍ୟତନ ହୋଇଛି
Fake News Challenge For Media

ଗଣମାଧ୍ୟମ ପାଇଁ ଆହ୍ୱାନ ଫେକ୍ ନ୍ୟୁଜ୍

Advertisment

ପ୍ରତିବର୍ଷ ନଭେମ୍ୱର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି । ତେଣୁ ଏ ବର୍ଷ ମଧ୍ୟ ଆଜି ପାଳନ ହେଉଛି ଜାତୀୟ ପ୍ରେସ ଦିବସ । ୧୯୬୬ ମସିହାରେ ଆଜିର ଦିନରେ ପ୍ରେସ କାଉନସିଲ୍ ଅଫି ଇଣ୍ଡିଆ (PCI) ପ୍ରତିଷ୍ଠା କରାଯାଇଥିଲା । ତେଣୁ ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ ଏହା ପାଳନ କରାଯାଉଥିଲେ ବି ଏହି ଦିନ ପ୍ରେସର ଭୂମିକା ସଂପର୍କରେ ସଚେତନ କରିଦିଏ । ପ୍ରେସର ସ୍ବାଧୀନତା ସଂପର୍କରେ ମଧ୍ୟ ମନେ ପକାଇଦିଏ । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ ବା ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଏହା ମୁକ୍ତ ଭାବେ ଖବର ପରିବେଷଣ ଓ ତଥ୍ୟ ପ୍ରଦାନ କରିବା ସହ ସରକାରଙ୍କୁ ଉତ୍ତରଦାୟୀ କରିବାର କ୍ଷମତା ରଖିଛି ।  ପ୍ରେସ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ପାର୍ଲିଆମେଣ୍ଟରେ ପ୍ରେସ କାଉନସିଲ୍ ଆଇନ୍ ପ୍ରଣୟନ କରାଯାଇ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ ଗଠନ କରାଯାଇଛି । ଚଳିତ ବର୍ଷ ଜାତୀୟ ପ୍ରେସ ଦିବସର ଥିମ୍ ରହିଛି, ‘ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱଭାବ’ । ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟରରେ ଏ ସଂପର୍କରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଥିରେ ଯୋଗଦେବେ । 

Advertisment

ସମ୍ୱିଧାନରେ ପ୍ରେସ୍ ସ୍ୱାଧୀନତା

ଅନେକଙ୍କ ମନରେ ପ୍ରଶ୍ନ ଉଠେ, ସତରେ କଣ ଗଣମାଧ୍ୟମ ସ୍ୱାଧୀନ ଭାବେ କାମ କରୁଛି । ଯଦି ସ୍ୱାଧୀନ ଭାବେ କାମ କରୁଛି, ତେବେ ଗଣମାଧ୍ୟମ ପାଇଁ କଣ ସବୁ ରହିଛି ଚାଲେଞ୍ଜ୍ । ତା’ ର ଉତ୍ତର ଆପଣ ଏଇଠୁ ହିଁ ପାଇଯିବେ । ଭାରତରେ ସମସ୍ତଙ୍କର ରହିଛି ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାର । ଏ ଅଧିକାର ସମସ୍ତଙ୍କୁ ସମ୍ୱିଧାନ ହିଁ ଦେଇଛି ।

୧- ସାମ୍ୱିଧାନିକ ସୁରକ୍ଷା - ଭାରତୀୟ ସମ୍ୱିଧାନର ଆର୍ଟିକିଲ୍ ୧୯(୧)(କ) ସ୍ବାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାରକୁ ସୁନିଶ୍ଚିତ କରୁଛି । ତେଣୁ ପ୍ରେସ ବା ଗଣମାଧ୍ୟମର ଲେଖିବା, ପ୍ରକାଶ କରିବା ଓ ସୂଚନା ପ୍ରସାର କରିବା ସ୍ୱାଧୀନତାକୁ ସମ୍ୱିଧାନ ସ୍ୱୀକୃତି ଦେଇଛି ।

Advertisment

୨- ସ୍ଥଳ ବିଶେଷରେ କଟକଣା – ଯଦିଓ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବା ଜଣେ ନାଗରିକର ମୌଳିକ ଅଧିକାର, ତଥାପି ସମ୍ୱିଧାନର ଆର୍ଟିକିଲ୍ ୧୯(୨)ରେ କିଛି କଟକଣା ମଧ୍ୟ ରହିଛି । ଜାତୀୟ ସୁରକ୍ଷା, ସାର୍ବଜନୀନ ବ୍ୟବସ୍ଥା ଓ ଶିଷ୍ଟତାକୁ ଗଣମାଧ୍ୟମ ବା କୌଣସି ବ୍ୟକ୍ତିବିଶେଷ ଗୁରୁତ୍ୱ ଦେଇ କାମ କରିବେ । ଏହାକୁ ଉଲ୍ଲଂଘନ କଲେ ତାହା ଅପରାଧ ଭାବେ ବିବେଚନା ହେବ ।

୩- ଗଣମାଧ୍ୟମର ସ୍ୱାଧୀନତା – ଏହି ଅଧିକାର ବଳରେ ଭାରତରେ ଗଣମାଧ୍ୟମ ବିନା ଭୟରେ ଖବର ପ୍ରସାରଣ କରିପାରିବ ଓ ସରକାରଙ୍କୁ ଉତ୍ତରଦାୟୀ କରିପାରିବ । ସାମ୍ୱାଦିକତାର ମୂଲ୍ୟବୋଧ ଓ ସ୍ୱଚ୍ଛତା ବଜାୟ ରଖିବା ଗଣମାଧ୍ୟମର ଦାୟିତ୍ୱ।

Advertisment

ଅଧିକ ପଢନ୍ତୁ: ସତ ପୋଲିସ ପାଖରେ ଲାଗିଲା ମିଛ ପୋଲିସର ଭିଡିଓ କଲ୍‌ ! ତା’ପରେ...

ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ଭୂମିକା

୪- ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ବୈଧାନିକ ଓ କ୍ୱାସିଜୁଡିସିଆଲ ସଂସ୍ଥା । ଗଣମାଧ୍ୟମ ପାଇଁ ଏହା ଏକ ୱାଚଡଗ୍ ବା ଜାଗ୍ରତ ପ୍ରହରୀ ଭାବେ କାମ କରେ । ଏହା ଗଣମାଧ୍ୟମର ଓ ଗଣମାଧ୍ୟମ ଦ୍ୱାରା ପରିଚାଳିତ ହୁଏ । ଏଥିରେ ଜଣେ ଅଧ୍ୟକ୍ଷ ଓ ୨୮ ଜଣ ସଭ୍ୟ ଏବେ କାମ କରୁଛନ୍ତି । ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷା ଦେବା ଓ ସାମ୍ୱାଦିକତାରେ ନୈତିକତାକୁ ବଜାୟ ରଖିବା ପାଇଁ ଏହା କାମ କରୁଛି । ସୁପ୍ରିମକୋର୍ଟର କିମ୍ୱା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହାର ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଥାଆନ୍ତି । ଏବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷା ଅଛନ୍ତି ।

୫- ପ୍ରେସ କାଉନସିଲ୍ ଆଗରେ ଚାଲେଞ୍ଜ – ପୂର୍ବରୁ ପ୍ରେସ କାଉନସିଲ୍ ଖବରକାଗଜ ଓ ପରେ ଟେଲିଭିଜନ ଉପରେ ନଜର ରଖୁଥିଲା । କିନ୍ତୁ ଏବେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ପରେ ପ୍ରେସ କାଉନସିଲ୍ ଉପରେ ଭୟଙ୍କର ଚାପ ସୃଷ୍ଟି ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଇଣ୍ଚରନେଟ୍ ଓ ସୋସିଆଲ୍ ମିଡିଆରେ ଅନେକ ଖବର ପ୍ରକାଶ ପାଉଛି । ଏହା ଉପରେ କାହାର ନିୟନ୍ତ୍ରଣ ରହୁନାହିଁ । ପ୍ରେସ କାଉନସିଲକୁ ମଧ୍ୟ ଏହା ଉପରେ ନଜର ରଖିବା ସମ୍ଭବପର ହେଉନାହିଁ ।

ଚିନ୍ତା ବଢାଉଛି ଫେକ୍ ନ୍ୟୁଜ୍

୫- ମିଛ ଖବର – ନୂଆ ମିଡିଆ ଟେକ୍ନୋଲୋଜି ଦ୍ୱାରା ଅନେକ ମିଛ ଖବର ବା ଫେକ୍ ନ୍ୟୁଜ୍ ମଧ୍ୟ ପରିବେଷିତ ହେଉଛି । ଖବରରେ ଭୁଲ୍ ତଥ୍ୟ ମଧ୍ୟ ଦିଆଯାଉଛି । ଏହି ଫେକ୍ ନ୍ୟଜ୍ ଏବେ ମତବ୍ୟକ୍ତ କରିବାର ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି ।

୬- ପ୍ରେସ କାଉନସିଲର ଦାୟିତ୍ୱ - ସାମ୍ୱାଦିକମାନଙ୍କର ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାରକୁ ସୁନିଶ୍ଚିତ କରିବା ହେଉଛି ପ୍ରେସ କାଉନସିଲର ଦାୟିତ୍ୱ । ସାମ୍ୱାଦିକମାନଙ୍କ ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ, ସେଥିପ୍ରତି ପ୍ରେସ କାଉନସିଲ୍ ଗୁରୁତ୍ୱ ଦେବ ।

୭- ଅଧିକାର ସହ ଦାୟିତ୍ୱ - ସତ୍ୟ ନିରପେକ୍ଷ ଖବର ପରିବେଷଣ ଗଣମାଧ୍ୟମର ଦାୟିତ୍ୱ । ଅଧିକାର ସହ ଦାୟିତ୍ୱକୁ ମଧ୍ୟ ସଠିକ ଭାବେ ତୁଲାଇବାକୁ ପଡିବ । ଭୁଲ୍ ତଥ୍ୟ କିମ୍ବା ବିଦ୍ୱେଷ ସୃଷ୍ଟିକାରୀ ଖବର ପରିବେଷଣ କରାଯିବା ଉଚିତ ନୁହେଁ ।

ପ୍ରତିବର୍ଷ ମେ’ ୩ ତାରିଖରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ମଧ୍ୟ ପାଳନ କରାଯାଉଛି । ମିଳିତ ଜାତିସଂଘର ସାଧାରଣ ପରିଷଦରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଏହି ଦିବସ ପାଳନ କରାଯାଉଛି । ପ୍ରେସ ସ୍ୱାଧୀନତା ସଂପର୍କରେ ପ୍ରତିବଦ୍ଧତା ପରିପ୍ରକାଶ କରିବା ଓ ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ । ରିପୋର୍ଟର୍ସ ୱିଦାଉଟ୍ ବର୍ଡର୍ସ ସଂଗଠନ ପକ୍ଷରୁ ପ୍ରତିବର୍ଷ ପ୍ରେସ ସ୍ୱାଧୀନତା ସଂପର୍କରେ ଏକ ଇଣ୍ଡେକ୍ସ ପ୍ରକାଶ ପାଉଛି । ଗତ ବର୍ଷ ୧୮୦ଟି ଦେଶ ମଧ୍ୟରେ ଭାରତ ଏହି ରାଙ୍କିଙ୍ଗରେ ଉପରକୁ ଉଠିଛି ।

ଅଧିକ ପଢନ୍ତୁ: ଗୋଳିଆ ରାଜନୀତି, ଛୋଟ ଦଳର ବଡ଼ ଭୂମିକା 

Fake News Social Media National Press Day Freedom Of Press Article 19 Freedom Of Speech And Expression Press Council Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ