Advertisment

ଏଣିକି ଗୋଟିଏ ପୋର୍ଟାଲରେ ମିଳିବ ଆଧାର, ପାନ୍, DL ପରି ୧୩ ହଜାରରୁ ଅଧିକ ସେବା

ଇଣ୍ଟରନେଟ୍‌ ମାଧ୍ୟମରେ ବର୍ତ୍ତମାନ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ବହୁ ଜରୁରୀ ସେବାଗୁଡିକର ଲାଭ ଉଠାଇ ପାରିବେ । ଅତି ସହଜରେ ସବୁ କିଛି ଡକ୍ୟୁମେଣ୍ଟ କରିପାରିବେ ।

ଅଦ୍ୟତନ ହୋଇଛି
National Portal Of India Services

National portal of india services

Advertisment

ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ସବୁ କିଛି ସହଜ ହୋଇଗଲାଣି । ଅନେକ କାମକୁ ଲୋକମାନେ ଘରେ ବସି ଅତି ସହଜରେ କରିପାରୁଛନ୍ତି । ସମୟ ଥିଲା କୌଣସି ସରକାରୀ କାମ ପାଇଁ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଥିଲା । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ କାମସାରି ଫେରୁଥିଲେ ଗ୍ରାହକ । ହେଲେ ଅଜି ଇଣ୍ଟରନେଟ୍‌ ମାଧ୍ୟମରେ ସବୁକିଛି ସ୍ୱଳ୍ପ ସମୟରେ ହୋଇପାରୁଛି ।

Advertisment

ଏବେ ଇଣ୍ଟରନେଟ୍‌ ମାଧ୍ୟମରେ ବର୍ତ୍ତମାନ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ବହୁ ଜରୁରୀ ସେବାଗୁଡିକର ଲାଭ ଉଠାଇ ପାରିବେ । ଅତି ସହଜରେ ସବୁ କିଛି ଡକ୍ୟୁମେଣ୍ଟ କରିପାରିବେ । ଯଦି ଆପଣ ଆପଣଙ୍କ ଆଧାର କାର୍ଡ ସହିତ ଜଡିତ କିଛି କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ UIDAIର ୱେବସାଇଟ୍‌କୁ ଯିବାକୁ ପଡିବ । ପରେ ଆପଣ ଆପଣଙ୍କ କାମକୁ ସୁରୁଖୁରୁରେ କରିପାରିବେ । ଆସନ୍ତୁ ଜାଣିବା ଏହି ପୋର୍ଟାଲ୍ ବିଷୟରେ...

ଅଧିକ ପଢ଼ନ୍ତୁ: ଆପଣ ପାନ୍‌ ସହ ଆଧାର ଲିଙ୍କ୍‌ କରିଛନ୍ତି ତ ? କିପରି ଜାଣିବେ…ଦେଖନ୍ତୁ ଷ୍ଟେପ୍

Advertisment

ନ୍ୟାସନାଲ୍ ପୋର୍ଟାଲ୍ ଅଫ୍ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ଏକ ସରକାରୀ ପୋର୍ଟାଲ୍ । ଯେଉଁଠାରେ ଆପଣ ଆଧାର, ପାନ୍, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଅନେକ ସେବା ଏଥିରେ ପାଇପାରିବେ । ଏହି ପୋର୍ଟାଲ୍‌ ଆପଣଙ୍କୁ ୱିଣ୍ଡୋ ଆକ୍ସେସ୍ ଦେଇଥାଏ । ଯାହାଦ୍ୱାରା ଆପଣ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ପାଇପାରିବେ ।

ଏହି ୱେବସାଇଟ୍ କରିଦର୍ଶନ କରିବାକୁ ହେଲେ https://www.india.gov.in/ରେ ଯିବାକୁ ପଡ଼ିବ । ଏଥିରେ ଆପଣ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର, ମୃତ୍ୟୁ ପ୍ରମାଣପତ୍ର, ବିବାହ ପ୍ରମାଣପତ୍ର ଭଳି ଯେକୌଣସି ଡକ୍ୟୁମେଣ୍ଟ ପାଇଁ ଆବେଦନ କରିପାରିବେ । ଖାଲି ସେତିକି ନୁହେଁ ଏହି ୱେବସାଇଟ୍ ଦ୍ୱାରା ଆପଣ ଶିକ୍ଷା, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍, ଜଳ, ଚାକିରି, ପେନ୍‌ସନ୍ ପରି ଅନ୍ୟାନ୍ୟ ସେବା ମଧ୍ୟ ପାଇପାରିବେ ।

Advertisment

ଏହି ପୋର୍ଟାଲ ମଧ୍ୟରେ ମୋଟ୍‌ ୧୩ ହଜାରରୁ ଅଧିକ ସେବା ପାଇହେବ । ତେଣୁ ଆପଣ ବିଭିନ୍ନ ୱେବସାଇଟକୁ ଯାଇ କିଛି ଅପ୍‌ଡେଟ୍‌ କରିବୁ ଚିନ୍ତା କରିବାକୁ ପଡ଼ିବନାହିଁ । ଭାରତ ସରକାରଙ୍କ ପ୍ରାୟ ସମସ୍ତ ସେବା ଏଥିରେ ମିଳିପାରିବ ।

Aadhaar PAN Driving License
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ