/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697543330.jpg)
National Film Award
ଦିଲ୍ଲ ବିଜ୍ଞାନ ଭବନରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର । କ୍ରୀତି ସନ୍ନୋନ ଓ ଆଲିଆ ଭଟ୍ଟ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।
/odishatv-khabar/media/post_attachments/indiatoday/styles/medium_crop_simple/public/2023-10/whatsapp_image_2023-10-17_at_16.12.56.jpeg)
/odishatv-khabar/media/post_attachments/7f1dee6e-532.png)
ଚଳଚ୍ଚିତ୍ର ମିମି ପାଇଁ କ୍ରୀତି, ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ପୁରସ୍କୃତ । ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ପୁରସ୍କାର ପାଇଛନ୍ତି।
/odishatv-khabar/media/post_attachments/indiatoday/styles/medium_crop_simple/public/2023-10/whatsapp_image_2023-10-17_at_16.11.42.jpeg)
ଅଲ୍ଲୁ ଅର୍ଜୁନ ହେଉଛନ୍ତି ପ୍ରଥମ ତେଲୁଗୁ ଅଭିନେତା ଯିଏ କି ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଅନ୍ୟପଟେ ୱାହିଦା ରେହମାନଙ୍କୁ ଭାରତୀୟ ସିନେମାରେ ନିଜର ଅବଦାନ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଛି ।
/odishatv-khabar/media/post_attachments/indiatoday/styles/medium_crop_simple/public/2023-10/whatsapp_image_2023-10-17_at_4.10.36_pm.jpeg)
ସେପଟେ ବେଷ୍ଟ ଫିଚର ଫିଲ୍ମ ଭାବେ Rocketry: The Nambi Effect ସମ୍ମାନିତ ହୋଇଛି । ରାଷ୍ଟ୍ରୀୟ ଏକତା ପାଇଁ ‘The Kashmir Files’ ସର୍ବଶ୍ରେଷ୍ଠ ନର୍ଗିସ ଦତ୍ତ ଆୱାର୍ଡରେ ସମ୍ମାନିତ ହୋଇଛି ।
ଶ୍ରେୟା ଘୋଷାଲଙ୍କୁ ବେଷ୍ଟ ଫିମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର ପୁରସ୍କାରରେ ସମ୍ମାନିତ କରାଯାଇଛି । ପଞ୍ଚମ ଥର ପାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଶ୍ରେୟା । ଏଥର ସେ 'Iravin Nizhal'ର 'Mayava Chayava' ଗୀତ ପାଇଁ ପୁରସ୍କାର ପାଇଛନ୍ତି ।
/odishatv-khabar/media/post_attachments/indiatoday/styles/medium_crop_simple/public/2023-10/whatsapp_image_2023-10-17_at_4.08.13_pm.jpeg)
"@ianuragthakur congratulates Waheeda Rehman on receiving the Dada Saheb Phalke Lifetime Achievement Award for her excellent career in cinema.#NFAOnDD | #NFA | #WaheedaRehman | @MIB_India | @nfdcindia | @official_dff | #Doordarshanpic.twitter.com/IuUsRiWyCT
— Doordarshan National दूरदर्शन नेशनल (@DDNational) October 17, 2023
/odishatv-khabar/media/post_attachments/indiatoday/styles/medium_crop_simple/public/2023-10/whatsapp_image_2023-10-17_at_3.52.32_pm_1.jpeg)
ବେଷ୍ଟ ମ୍ୟୁଜିକ୍ କମ୍ପୋଜର ଭାବେ ଦେବୀ ପ୍ରସାଦଙ୍କୁ ପୁରସ୍କାର ଦିଆଯାଇଛି । ପୁଷ୍ପା ଗୀତ ପାଇଁ ଏହି ପୁରସ୍କାର ଦିଆଯାଇଛି ।
/odishatv-khabar/media/post_attachments/indiatoday/styles/medium_crop_simple/public/2023-10/whatsapp_image_2023-10-17_at_4.01.44_pm.jpeg)
‘ସେରସାହ’ ପାଇଁ କରଣ ଜୋହର ଓ ବିଷ୍ଣୁ ବର୍ଦ୍ଧନଙ୍କୁ ବେଷ୍ଟ ଡାଇରେକ୍ଟର ପୁରସ୍କାର ।
/odishatv-khabar/media/post_attachments/indiatoday/styles/medium_crop_simple/public/2023-10/whatsapp_image_2023-10-17_at_4.02.11_pm.jpeg)
Vivek Agnihotri and Pallavi Joshi pays tribute and dedicate 'The Kashmir Files' award to those suffering from terrorism. In an interaction with Doordarshan, at the 69th National Film Awards.#NFAWithDD | #NFA | #TheKashmirFiles | #PallaviJoshi | @vivekagnihotri | @MIB_Indiapic.twitter.com/URPFkHXMTR
— Doordarshan National दूरदर्शन नेशनल (@DDNational) October 17, 2023
ସେହିଭଳି 'ପ୍ରତୀକ୍ଷା' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ 'ପ୍ରତୀକ୍ଷା'ର ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ବାପ-ପୁଅ ସମ୍ପର୍କକୁ ନେଇ ଏକ ଗଳ୍ପରୁ ଫିଲ୍ମଟି ଅନୁପ୍ରାଣିତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)