Advertisment

ପୋଖରାନରେ ଶକ୍ତି ଦେଖାଇବ ଭାରତ

ଏହି ସମରାଭ୍ୟାସ ପୂର୍ବରୁ, ଏହାର ଏକ ପୂର୍ବ ଝଲକ ସୋସିଆଲ ମିଡିଆରେ ପୋଷ୍ଟ କରିଛି ସ୍ଥଳସେନା ।

Pokhran

Pokhran

Advertisment

ଆସନ୍ତାକାଲି ପୋଖରାନରେ ଶକ୍ତି ଦେଖାଇବ ଭାରତ । ତିନି ସେନାର ସ୍ୱଦେଶୀ ଯୁଦ୍ଧାସ୍ତ୍ରକୁ ନେଇ ପ୍ରଦର୍ଶିତ ହେବ 'ଭାରତ ଶକ୍ତି' ସମରାଭ୍ୟାସ। ଏହାକୁ ଦେଖିବାକୁ ରାଜସ୍ଥାନର ପୋଖରାନକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଖିବେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଚିତାକର୍ଷକ ଝଲକ। ଟ୍ୟାଙ୍କ୍, ତୋପ, ଡ୍ରୋନ୍, ରୋବଟ୍, ହେଲିକପ୍ଟର ଓ ଫାଇଟର୍ ଜେଟ୍ ଆଦି ଏଠାରେ ପ୍ରଦର୍ଶିତ ହେବ । ତେବେ ଏହି ସମରାଭ୍ୟାସ ପୂର୍ବରୁ, ଏହାର ଏକ ପୂର୍ବ ଝଲକ ସୋସିଆଲ ମିଡିଆରେ ପୋଷ୍ଟ କରିଛି ସ୍ଥଳସେନା ।

Advertisment

ଅନ୍ୟପଟେ ଆଜି ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ପରୀକ୍ଷଣ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିଜାଇଲ୍ ୨୫ତମ ଭର୍ସନର ପରୀକ୍ଷଣ ହୋଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୭ରୁ ୮ହଜାର କିଲୋମିଟର। ଦେଢ଼ ଟନ୍ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିବା ସହ ମଲଟିପୁଲ ଟାର୍ଗେଟ କରିପାରିବ ଏହି ଅଗ୍ନି-୫। 

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ମିଜାଇଲ୍। ବଡ଼ କଥା ହେଉଛି ଏହି ବାଲିଷ୍ଟିକ ମିଜାଇଲର ପ୍ରୋଜେକଟ ଡାଇରେକ୍ଟର ହେଉଛନ୍ତି ଜଣେ ମହିଳା। ପରୀକ୍ଷଣ ନେଇ DRDO ବୈଜ୍ଞାନିକଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ। DRDO ବୈଜ୍ଞାନିକଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ Xରେ ଲେଖିଛନ୍ତି।

Advertisment
Narendra Modi Pokhran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ