Advertisment

ତୃତୀୟ ଥର ପାଇଁ ଶପଥ ନେଲେ ମୋଦି; ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ହେଲେ ଏହି ଗୌରବର ଅଧିକାରୀ

ଆରମ୍ଭ ହେଲା ମୋଦି ସରକାରର ତୃତୀୟ ପାଳି। ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି। ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଏହି ଗୌରବର ଅଧିକାରୀ ହେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମ ଥର ଓ ୨୦୧୯ରେ ଦ୍ବିତୀୟ ଥର ବନିଥିଲେ ପିଏମ୍ । ୨୦୦୧ ରୁ ୨୦୧୪ ଯାଏଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବି ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶପଥ ନେଲେ ଟିମ୍‌ କ୍ୟାବିନେଟ । 

Advertisment

କ୍ୟାବିନେଟ ମନ୍ତ୍ରୀ ତାଳିକା..

୧. ରାଜନାଥ ସିଂହ

୨. ଅମିତ ଶାହ

୩.ନୀତିନ ଗଡ଼କରୀ

୪.ଜଗତ ପ୍ରକାଶ ନଡ୍ଡା

୫. ଶିବରାଜ ସିଂ ଚୌହାନ

ମୋଦି ୧୦ ବର୍ଷର ପ୍ରଧାନମନ୍ତ୍ରିତ୍ବ ଭିତରେ ନେଇଛନ୍ତି ଅନେକ ବଡ଼ ନିଷ୍ପତ୍ତି । ସ୍ବଚ୍ଛ ଭାରତ, GST, ବିମୁଦ୍ରୀକରଣ, ଧାରା ୩୭୦ ଉଚ୍ଛେଦ, CAA ଆତ୍ମନିର୍ଭର ଭାରତ ଓ ମେକ୍-ଇନ୍-ଇଣ୍ଡିଆକୁ ଦେଇଛନ୍ତି ଗୁରୁତ୍ବ । ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ମୋଦିଙ୍କ ନେତୃତ୍ବରେ ବିଶ୍ବ ସ୍ତରରେ ବଢ଼ିଛି ଭାରତର ଦବ୍ ଦବା  । 

ସେହିପରି ସ୍ବଦେଶୀ କୋଭିଡ୍ ଟିକା ବହୁ ଦେଶକୁ ଯୋଗାଇ ସାଉଁଟିଛନ୍ତି ଖ୍ୟାତି। ପ୍ରତିକୂଳ ସ୍ଥିତିରେ ବିଦେଶରୁ ଭାରତୀୟଙ୍କୁ ଉଦ୍ଧାର କରିବାରେ ସମର୍ଥ । ଫିଟନେସ୍ ପାଇଁ ଅନେକଙ୍କ ଆଇକନ୍ ଏହି ୭୩ ବର୍ଷୀୟ ନେତା ।  ଅଯୋଧ୍ୟା ରାମ ମନ୍ଦିର ସ୍ବପ୍ନ ସାକାର କରିବାରେ ରହିଛି ବଡ଼ ଭୂମିକା । ମିଶନ ଚନ୍ଦ୍ରୟାନ-ଥ୍ରୀକୁ ସଫଳ କରିବାରେ ରହିଛି ମୋଦିଙ୍କ ବଡ଼ ପ୍ରେରଣା । ୨୦୪୭ ସୁଦ୍ଧା ମୋଦିଙ୍କ ବଡ଼ ଲକ୍ଷ୍ୟ ବିକଶିତ ଭାରତ ଓ ବିଶ୍ବର ତୃତୀୟ ଅର୍ଥନୀତି । 

Advertisment
Narendra Modi Prime Minister Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ