• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜମ୍ମୁ-କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏମ୍ସ ହସ୍ପିଟାଲ ଲୋକାର୍ପଣ କରିବା ସହ ପ୍ରାୟ ୩୦ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କଲେ ମୋଦି । ସେ ଚେନାବ୍ ନଦୀ ଉପରେ ବିଶ୍ବର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍, ଉଦ୍ଧମପୁରରେ ଦେବିକା ନଦୀ ପ୍ରକଳ୍ପ ଆଦି ଲୋକାର୍ପଣ କରିଛନ୍ତି । ସଙ୍ଗଲଦାନ-ବାରମୁଳା ରେଳ ଲାଇନରେ ପ୍ରଥମ ଟ୍ରେନର ଶୁଭାରମ୍ଭ କରିବା ସହିତ, ଜମ୍ମୁରେ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପାଳିର ଦ୍ବିତୀୟ ଜମ୍ମୁ-କାଶ୍ମୀର ଗସ୍ତ ।

ସେପଟେ ଏହା ପୂର୍ବରୁ କେବଳ ଜମ୍ମୁ ନୁହେଁ, କାଶ୍ମୀର ଘାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ବିଭିନ୍ନ ସ୍ଥାନରେ ନାକା କରି ଗାଡ଼ି ଗୁଡ଼ିକୁ ତନ୍ନତନ୍ନ ଯାଞ୍ଚ ହୋଇଥିଲା । କୌଣସି ଆତଙ୍କୀ ଗତିବିଧି ଏବଂ ସନ୍ଦିଗ୍ଧ କାର୍ଯ୍ୟକଳାପ ରୋକିବା ପାଇଁ ସ୍ବତନ୍ତ୍ର ଚେକିଂ ପଏଣ୍ଟ ମଧ୍ୟ କରାଯାଇଥିଲା । ଗତକାଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କାଶ୍ମୀର ଜୋନ୍ ଆଇଜି ଭି.କେ. ବିରଡ଼ି । ଏହି ସମୀକ୍ଷା ବୈଠକରେ ପୋଲିସ, ସେନା, BSF,CRPF, SSB, CISF ଏବଂ ଗୁଇନ୍ଦା ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।