Advertisment

କାଶୀ ତାମିଲ ସଂଗମମ୍ ୨.୦ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କାଶୀ ତାମିଲ ସଂଗମମ୍‌କୁ ନେଇ ମୋଦି କହିଛନ୍ତି ତାମିଲନାଡ଼ୁରୁ କାଶୀ ଆସିବା ଅର୍ଥ ମହାଦେବଙ୍କ ଗୋଟିଏ ଆସ୍ଥାନରୁ ଆଉ ଏକ ଆସ୍ଥାନକୁ ଆସିବା। ତେଣୁ ତାମିଲନାଡ଼ୁ ଓ କାଶୀ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଛି।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ବାରାଣସୀରେ କାଶୀ ତାମିଲ ସଂଗମମ୍ ୨.୦ ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ବାରାଣସୀର ‘ନମୋ ଘାଟ’ରେ କାଶୀ ତାମିଲ ସଙ୍ଗମମ୍‌-୨.୦ର ଉଦଘାଟନ୍‌ କରିଛନ୍ତି ମୋଦି। ଏହି ଅବସରରେ ସେ କହିଛନ୍ତି, ବିଶ୍ୱର ଅନ୍ୟ ଦେଶରେ ରାଷ୍ଟ୍ର ଏକ ରାଜନୈତିକ ସଂଜ୍ଞା। କିନ୍ତୁ ଆଧ୍ୟାତ୍ମିକ ଆସ୍ଥାରେ ରାଷ୍ଟ୍ର ଭାବେ ଗଠିତ ହୋଇଛି ଭାରତ। ଦେଶର ଏ ମୁଣ୍ଡରୁ ସେ ମୁଣ୍ଡ ଗସ୍ତ କରି ଆଦି ଶଙ୍କରାଚାର୍ଯ୍ୟ ଓ ରାମାନୁଜଙ୍କ ପରି ସନ୍ଥ ଭାରତରେ ନବଜାଗରଣ ସୃଷ୍ଟି କରିଥିଲେ। ସଂସଦର ନୂଆ ବିଲଡିଂରେ ପ୍ରବେଶ କରିବା ବେଳେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ନିଦର୍ଶନ ଦେଖିବାକୁ ମିଳିଥିଲା। ନୂଆ ସଂସଦ ଭବନରେ ସେନଗଲ ମଧ୍ୟ ସ୍ଥାପିତ ହୋଇଛି।

Advertisment

Advertisment

କାଶୀ ତାମିଲ ସଂଗମମ୍‌କୁ ନେଇ ମୋଦି କହିଛନ୍ତି ତାମିଲନାଡ଼ୁରୁ କାଶୀ ଆସିବା ଅର୍ଥ ମହାଦେବଙ୍କ ଗୋଟିଏ ଆସ୍ଥାନରୁ ଆଉ ଏକ ଆସ୍ଥାନକୁ ଆସିବା। ତେଣୁ ତାମିଲନାଡ଼ୁ ଓ କାଶୀ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଛି। ବାରାଣସୀ ଓ କନ୍ୟାକୁମାରୀ ମଧ୍ୟରେ କାଶୀ ତାମିଲ ସଙ୍ଗମମ୍ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି ମୋଦି ।

Narendra Modi India Varanasi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ