Narayana Murti
ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି । ବର୍ତ୍ତମାନ ସେ ଶୌଚାଳୟ ସଫା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସେ ଶୌଚାଳୟ ନିଜେ ସଫା କରନ୍ତି ବୋଲି କହିଛନ୍ତି । ବିଶ୍ୱାସ ନହେଲେ ବି କଥାଟି ସତ । ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ ଏହି କଥା କହିଛନ୍ତି ।
ଏହା ସହ ପିଲାମାନେ ଯେତେବେଳେ ତାଙ୍କୁ ପଚାରିଲେ ଯେ, ଏହା କଣ ପାଇଁ କରୁଛି.. ସେତେବେଳେ ସେ ଅତି ସୁନ୍ଦର ଭାବେ ନିଜ ପିଲାଙ୍କୁ ବୁଝାଇଥିଲେ । ନାରାୟଣ ମୂର୍ତ୍ତିଙ୍କ ଭାଷାରେ କୌଣସି କାମ ଛୋଟ ନୁହେଁ । ନିଜେ ନିଜ କାମ କରିବାରେ କୌଣସି ଅସୁବିଧା ନାହିଁ ।
ଶୌଚାଳୟ ସଫା କରୁଥିବା ଲୋକଙ୍କୁ ସମ୍ମାନ ଦେବାର ଏହା ହେଉଛି ସର୍ବୋକୃଷ୍ଟ ଉପାୟ ବୋଲି କହିଛନ୍ତି ମୂର୍ତ୍ତି । କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ । ଶୌଚାଳୟ ସଫା କରୁଥିବା ମଣିଷ ଅଟନ୍ତି । କେହି କାହାଠାରୁ କମ ନୁହେଁ ବୋଲି ନାରାୟଣ ମୂର୍ତ୍ତି କହିଛନ୍ତି ।
ଭଗବାନ ଆମକୁ ଭଲରେ ରଖିଛନ୍ତି, କିନ୍ତୁ ଏହା ମଧ୍ୟରେ ତଳସ୍ତରର କର୍ମଚାରୀଙ୍କୁ ଭୁଲିଯିବା ଉଚିତ ନୁହେଁ ବୋଲି କହିଛନ୍ତି । ଅନ୍ୟପଟେ ରାଜନୀତିରେ ଯୋଗଦେବାର କୌଣସି ଅଭିଳାଷା ନାହିଁ ବୋଲି ମୂର୍ତ୍ତି କହିଛନ୍ତି । ୭୮ ବର୍ଷରେ ପହଞ୍ଚି ସାରିଥିବା ମୂର୍ତ୍ତି କହିଛନ୍ତି, ରାଜନୀତି ପାଇଁ ସେ ବର୍ତ୍ତମାନ ବୃଦ୍ଧ ହୋଇସାରିଛନ୍ତି ।
ବର୍ତ୍ତମାନ ସେ ନିଜ ପିଲା ଏବଂ ନାତି ନାତୁଣୀଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଅନ୍ୟପଟେ ସେ ସଂଗୀତକୁ ଉପଭୋଗ କରିବା ସହ ପଦାର୍ଥ ବିଜ୍ଞାନଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ ବିଷୟ ପଢ଼ିବାକୁ ଯୋଜନା କରୁଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706362003.jpg)