Advertisment

Nandighosh: ଗଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ୍ ହେବ 'ନନ୍ଦିଘୋଷ', ଏମିତି କହିଲେ ମେଜର୍ ରାଧିକା ସେନ୍

ଏହି ଗାଡିର ନାଁ କାହିଁକି ‘ନନ୍ଦିଘୋଷ’ ରଖାଗଲା ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେଜର ରାଧିକା ସେନ୍। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାଁ ହେଉଛି ‘ନନ୍ଦିଘୋଷ’। ଏହା ରାସ୍ତାରେ ଆସୁଥିବା ସମସ୍ତ ଘାତ ପ୍ରତିଘାତ ଓ ବାଧାବିଘ୍ନକୁ ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ। ସେହିପରି ଏହି ନନ୍ଦିଘୋଷ ମଧ୍ୟ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବ।

ଅଦ୍ୟତନ ହୋଇଛି
Nandighosh

Nandighosh

Advertisment

ଦିନ କେଇଟା ପରେ ଦେଶ ପାଳିବ ୭୬ତମ ଗଣତନ୍ତ୍ର ଦିବସ। ଭାରତୀୟ ସେନା ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଏଥର କର୍ତ୍ତବ୍ୟ ପଥରେ ଗଡିବ ‘ନନ୍ଦିଘୋଷ’ । ଚଳିତ ବର୍ଷ ପରେଡରେ ଭାରତର ପ୍ରତିରକ୍ଷା ବାହିନୀର ଶକ୍ତି, ବିବିଧତା ଏବଂ ସ୍ଥିରତା ପ୍ରଦର୍ଶନ କରାଯିବ। ତେବେ ଭାରତୀୟ ସେନାର ମାଇନସ ପ୍ରୋଟେକ୍ସନ ଆର୍ମର କ୍ୟାରିୟର ବାହନ ‘ନନ୍ଦିଘୋଷ’ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ସେନାର ଛଅଟି ମାର୍ଚ୍ଚିଂ କଣ୍ଟିଜେଣ୍ଟ ସାମିଲ ହେବେ, ଯେଉଁଥିରେ ବ୍ରିଗେଡ ଅଫ୍ ଦି ଗାର୍ଡସ୍, ମାହାର ରେଜିମେଣ୍ଟ୍, ଜାଟ୍ ରେଜିମେଣ୍ଟ୍, ଗଢ଼ୱାଲ୍ ରାଇଫଲ୍ସ୍, ଜମ୍ମୁ ଏବଂ କାଶ୍ମୀର ରାଇଫଲ୍ସ୍ ଏବଂ କର୍ପ୍ସ ଅଫ୍ ସିଗନାଲ୍ସ୍ ଅନ୍ତର୍ଭୁକ୍ତ। ପରେଡ୍ ବ୍ୟତୀତ ବିଭିନ୍ନ ଉପକରଣ ପ୍ରଦର୍ଶିତ ହେବ ଯାହା ସଶସ୍ତ୍ର ବାହିନୀର ପ୍ରଯୁକ୍ତିବିଦ୍ୟା ଦକ୍ଷତାକୁ ପ୍ରତିଫଳିତ କରିବ, ଯେପରିକି T-92 ଭୀଷ୍ମ, ICV BMP-II (ସାରଥ) ଏବଂ NAMIS (NAG ମିସାଇଲ୍ ସିଷ୍ଟମ)।

ଅଧିକ ପଢ଼ନ୍ତୁ: ଅପରେସନ ପରେ ଫେରିଲେ ଯବାନ; ବଖାଣିଲେ ଲୋମଟାଙ୍କୁରା କାହାଣୀ; କହିଲେ..

Advertisment

ଏହାବାଦ୍ ଭାରତୀୟ ସେନାର ମାଇନସ ପ୍ରୋଟେକ୍ସନ ଆର୍ମର କ୍ୟାରିୟର ବାହନ ‘ନନ୍ଦିଘୋଷ’ କର୍ତ୍ତବ୍ୟ ପଥରେ ଗଡିବ। ମେଜର ରାଧିକା ସେନ କଣ୍ଟିଜେଣ୍ଟ କମାଣ୍ଡର ଭାବେ ଏହାକୁ ପରିଚାଳନା କରିବେ। ଭାରତ ଫୋର୍ଜ କମ୍ପାନୀ ପକ୍ଷରୁ ଏହାକୁ ତିଆରି କରାଯାଇଛି। ଏହି ଯୁଦ୍ଧ ଯାନ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ । ଏହି ଯାନଟିରେ ଅନ୍ତର୍ନିହିତ ସୁରକ୍ଷା ବ୍ୟବସ୍ଥା ସହ ଦ୍ରୁତ ନିୟୋଜନ କ୍ଷମତା ରହିଛି। ଏହି ଯାନ ଶତ୍ରୁ ପକ୍ଷର ମୁକାବିଲା ପାଇଁ ବିଶେଷ ଭାବେ ବ୍ୟବହୃତ ହୁଏ। ଜାତିସଂଘ ଦ୍ବାରା ଚାଲିଥିବା ମିଶନରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଛି। ଲେବାନନ ଓ ସାଉଥ ସୁଦାନକୁ ଏହି ‘ନନ୍ଦିଘୋଷ’ ବାହନକୁ ପଠାଯାଇଛି। ଏହି ଗାଡି ମାଧ୍ୟମରେ ଭାରତର ପ୍ରତିରକ୍ଷା ଜ୍ଞାନ କୌଶଳ ବହୁ ଆଗକୁ ଯାଇଛି।

ରିପୋର୍ଟ ଅନୁସାରେ, ଏହି ଯାନର ରଂଗ ଧଳା। ଏଥିରେ ଡ୍ରାଇଭର ସମେତ ମୋଟ ୮ ଜଣ କ୍ରୁ ମେମ୍ୱରଙ୍କୁ ବହନ କରିବାର କ୍ଷମତା ରହିଛି। ଏଥିସହ ଦୁଇ ଟନ୍ ପର୍ଯ୍ୟନ୍ତ ପେଲୋଡ୍ ମଧ୍ୟ ବହନ କରିପାରିବ। ଏହା ସବୁ ସ୍ଥାନରେ ଚାଲିପାରିବ ଓ ଏଥିରେ ଦଶଟି ଫାୟାରିଂ ପୋର୍ଟାଲ ଏବଂ ଗାଡିର ଉପ ଭାଗରେ ଏକ 360-ଡିଗ୍ରୀ ଘୂର୍ଣ୍ଣନ ଟରେଟ୍ ରହିଛି। ଏହା ବ୍ୟତୀତ ଚେତକ ଅଲ୍-ଟେରେନ୍ ଯାନ, ଆକାଶ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପ୍ରଣାଳୀ, ଗ୍ରାଡ୍ BM-21 ରକେଟ୍ ଲଞ୍ଚର୍ ଏବଂ ବଜରଙ୍ଗ ଲାଇଟ୍ ଷ୍ଟ୍ରାଇକ୍ ଯାନ ମଧ୍ୟ ପ୍ରଦର୍ଶିତ କରାଯିବ।

Advertisment

ଅଧିକ ପଢ଼ନ୍ତୁ: ମହାକାଶରୁ କେମିତି ଦେଖାଯାଉଛି ମହାକୁମ୍ଭ ମେଳା, ସଂଗମ କ୍ଷେତ୍ରର ଫଟୋ ଜାରିକଲା ଇସ୍ରୋ

ଏହି ଗାଡିର ନାଁ କାହିଁକି ‘ନନ୍ଦିଘୋଷ’ ରଖାଗଲା ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେଜର ରାଧିକା ସେନ୍। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାଁ ହେଉଛି ‘ନନ୍ଦିଘୋଷ’। ଏହା ରାସ୍ତାରେ ଆସୁଥିବା ସମସ୍ତ ଘାତ ପ୍ରତିଘାତ ଓ ବାଧାବିଘ୍ନକୁ ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ। ସେହିପରି ଏହି ନନ୍ଦିଘୋଷ ମଧ୍ୟ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବ।

Republic Day Indian Army Nandighosha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ