Advertisment

ଉତ୍ତରାଖଣ୍ଡ ବିଭୀଷିକା: ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କଲେ ରେସ୍କ୍ୟୁ ଟିମ୍

ଅଚାନକ ନଦୀରେ ପାଣି ବଢ଼ିଯିବାରୁ ଅନେକ ସ୍ଥାନରେ ଭୁସ୍ଖଳନ। ବଦ୍ରିନାଥ ହାଇୱେର ଲାମ୍ବାଡ଼ରେ ଫସି ଯାଇଥିଲା କାର୍। ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଭାସି ଯାଇଥିଲା। ତେବେ ସୌଭାଗ୍ୟବଶତଃ କାର ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କାର୍‌କୁ ବି ସୁରକ୍ଷିତ ଭାବେ ବାହାର କରାଯାଇଛି।

UttaraKhand Flood

UttaraKhand Flood

Advertisment

ଡେରାଡୁନ୍: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ। ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ଏକାଧିକ ସହରରେ ସ୍ଥିତି ବିଗିଡ଼ିଛି। ନୈନିତାଲ ସହରରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ସେହିପରି ହଲଦଓ୍ବାନି ବ୍ରିଜ୍ ଧସି ଯାଇଛି। ତେବେ ସୌଭାଗ୍ୟବଶତଃ ବାଇକ୍‌ରେ ଆସୁଥିବା ବ୍ୟକ୍ତିଙ୍କୁ ପୋଲିସ୍ ସତର୍କ କରିବା ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଲୋକେ। ତେବେ ବ୍ରିଜ୍ ଧସି ଯିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି। 

Advertisment

ସେହିଭଳି ବଦ୍ରିନାଥରେ ସ୍ଥତି ସଙ୍ଗୀନ। ଅଚାନକ ନଦୀରେ ପାଣି ବଢ଼ିଯିବାରୁ ଅନେକ ସ୍ଥାନରେ ଭୁସ୍ଖଳନ। ବଦ୍ରିନାଥ ହାଇୱେର ଲାମ୍ବାଡ଼ରେ ଫସି ଯାଇଥିଲା କାର୍। ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଭାସି ଯାଇଥିଲା। ତେବେ ସୌଭାଗ୍ୟବଶତଃ କାର ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କାର୍‌କୁ ବି ସୁରକ୍ଷିତ ଭାବେ ବାହାର କରାଯାଇଛି। ବିଆର୍‌ଓ ପକ୍ଷରୁ କାର୍‌କୁ ପାଣି ଘେରରୁ ବାହାର କରାଯାଇଥିଲା।

ସେହିପରି ଭୂସ୍ଖଳନ ଯୋଗୁଁ ବଦ୍ରିନାଥ ନିକଟ ଜଙ୍ଗଲିଚଟି ନିକଟରେ ୨୨ ଜଣ ଯାତ୍ରୀ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ରେସ୍କ୍ୟୁ ଟିମ୍ ଗୌରୀ କୁଣ୍ଡ ଯାଇ ଆଣିଛନ୍ତି। ଏହି ଯାତ୍ରୀଙ୍କ ମଧ୍ୟରେ ଜଣେ ୫୫ ବର୍ଷର ବୟସ୍କ ଥିଲେ। ତାଙ୍କୁ ରେସ୍କୁ ଟିମ୍ ଷ୍ଟେଚରରେ ଉଠାଇ ଅଣାଯାଇଛି।

Advertisment

ଉତ୍ତରାଖଣ୍ଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି। ସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନଜର ରଖିଥିବା ସେ କହିଛନ୍ତି। ସେପଟେ ଗତକାଲି ଚାରଧାମ୍ ଯାତ୍ରାକୁ ବାତିଲ କରାଯାଇଥିଲା।

Uttarakhand Flood Rescue Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ