Advertisment

ନାଗପୁର ପୋଲିସର ଉଦାରତା: ଅଟୋ ଡ୍ରାଇଭରର ଜୋରିମାନା ଭରିଲା ପୋଲିସ

ପୋଲିସ ଅଟୋକୁ ଜବତ କରି ଜରିମାନା ଟଙ୍କା ଜମା କରିବାକୁ କହିଥିଲେ। ଡ୍ରାଇଭର ପାଖରେ ନିର୍ଦ୍ଧାରିତ ଟଙ୍କା ନଥିବାରୁ ଘରୁ ନିଜ ପୁଅର ସଞ୍ଚିତ କୁମ୍ପିକୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ଏହାକୁ ଦେଖି ବରିଷ୍ଠ ଥାନା ଅଧିକାରୀ ଚକିତ ହୋଇ ପଡିଲେ ଏବଂ କୁମ୍ପିକୁ ଥାନାକୁ ଆଣିବାର କାରଣ ପଚାରିଲେ।

ଅଦ୍ୟତନ ହୋଇଛି
ମାନବିକତା ଦେଖାଇଲା ନାଗପୁର ପୋଲିସ

ମାନବିକତା ଦେଖାଇଲା ନାଗପୁର ପୋଲିସ

Advertisment

ନାଗପୁର: ନାଗପୁର ପୋଲିସର ମାନବିକତା ଓ ଉଦାରତା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଟୋ ଡ୍ରାଇଭରକୁ ୨୦୦୦ ଟଙ୍କା ଜୋରିମାନା ଲାଗୁ କରାଯାଇଥିଲା। ଅଟୋ ଡ୍ରାଇଭରର ଆର୍ଥିକ ପରିସ୍ଥିତିକୁ ନଜରରେ ରଖି ଜୋରିମାନା ରାଶିକୁ ବହନ କଲା ନାଗପୁର ପୋଲିସ। ସୂଚନାନୁସାରେ, ନାଗପୁରର ସୀତାବୁଲଡି ଅଞ୍ଚଳରେ ଟ୍ରାଫିକ ନିୟମ ଭଙ୍ଗ କରିଥିବାରୁ ରୋହିତ ଖାଡସେ ନାମକ ଜଣେ ଅଟୋ ଡ୍ରାଇଭର ଉପରେ ବରିଷ୍ଠ ପୋଲିସ ଅଧିକାରୀ ଅଜୟ ମାଲଭିଆ ୨୦୦୦ ଟଙ୍କାର ଜୋରିମାନା ଲଗାଇଥିଲେ। ପୋଲିସ ଅଟୋକୁ ଜବତ କରି ଜୋରିମାନା ଟଙ୍କା ଜମା କରିବାକୁ କହିଥିଲେ। ଡ୍ରାଇଭର ପାଖରେ ନିର୍ଦ୍ଧାରିତ ଟଙ୍କା ନଥିବାରୁ ଘରୁ ନିଜ ପୁଅର ସଞ୍ଚିତ କୁମ୍ପିକୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ।

Advertisment

ଏହାକୁ ଦେଖି ବରିଷ୍ଠ ଥାନା ଅଧିକାରୀ ଚକିତ ହୋଇ ପଡିଲେ ଏବଂ କୁମ୍ପିକୁ ଥାନାକୁ ଆଣିବାର କାରଣ ପଚାରିଥିଲେ। ଜୋରିମାନା ରାଶି ଦେବା ପାଇଁ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ବାଧ୍ୟ ହୋଇ ପୁଅର କୁମ୍ପି ଆଣିଛନ୍ତି ବୋଲି ଅଧିକାରୀଙ୍କୁ ଜଣାଇଥିଲେ। ଏହା ଶୁଣି ଅଧିକାରୀଙ୍କ ହୃଦୟ ତରଳି ଯାଇଥିଲା। ସେ ନିଜ ପକେଟରୁ ଫାଇନ୍‌ ଭରିବା ସହ ଅଟୋ ଡ୍ରାଇଭରଙ୍କ ପୁଅକୁ ଡକାଇ କୁମ୍ପିକୁ ଫେରସ୍ତ କରିଥିଲେ। ପୋଲିସ ଅଧିକାରୀ ଅମିତ୍ ମାଲଭିଆଙ୍କ ଏହି ମାନବିକତାକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି। ଏହି ଘଟଣାକୁ ନାଗପୁର ପୋଲିସ ଟ୍ୱିଟ୍‌ କରିବା ପରେ ସୋସିଆଲ ମିଡିଆରେ ଏହାକୁ ସେୟାର କରାଯାଇଛି।

ଏନେଇ ବରିଷ୍ଠ ପୋଲିସ ଅଧିକାରୀ ଅମିତ୍ ମାଲଭିଆ କହିଛନ୍ତି ଯେ 'ଅଟୋ ଡ୍ରାଇଭର ରିକ୍ସାକୁ “ନୋ ପାର୍କିଙ୍ଗ” ଜୋନରେ ପାର୍କିଂ କରିଥିବାରୁ ତାଙ୍କ ଉପରେ ୨୦୦ ଟଙ୍କା ଜୋରିମାନା ଲାଗୁ ହୋଇଥିଲା। ତଦନ୍ତ ବେଳେ ଜାଣିବାକୁ ମିଳିଥିଲା ଯେ ରୋହିତଙ୍କ ନାମରେ ପୂର୍ବରୁ ୨୦୦୦ ଟଙ୍କାର ଏକ ଫାଇନ ରହିଛି। ତେଣୁ ତାଙ୍କ ଅଟୋ ଜବତ କରାଯାଇଥିଲା। ସେ ପାଞ୍ଚ ଟଙ୍କିଆ, ୧୦ଟଙ୍କିଆ ଆଦି ଖୁଚୁରା ଟଙ୍କା ଏବଂ କିଛି ଛୋଟ ନୋଟ ସହିତ ଫାଇନ୍ ଭରିବାକୁ ଆସିଥିଲେ | ଚାଲାଣର ରାଶି ଦେବା ସହ ଭବିଷ୍ୟତରେ ଏପରି ଭୁଲ କରିବେ ନାହିଁ ଏବଂ ଟ୍ରାଫିକ ନିୟମକୁ କଡାକଡି ପାଳନ କରିବେ ବୋଲି ଅଟୋ ଡ୍ରାଇଭର ଜଣକ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Advertisment
Auto Driver Nagpur Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ