Advertisment

‘ହସ... କାରଣ ତୁମର ଦାନ୍ତ ଅଛି ’

ସୋଶିଆଲ ମିଡିଆରେ ଖୁବ ଆକ୍ଟିଭ ଥିବା ନାଗାଲାଣ୍ଡର ମନ୍ତ୍ରୀ ତେମଜେନ ଇମନା ଅଲଙ୍ଗ ନିଜର ମଜାଦାର ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏବେ ପୁଣି ଏକ ମଜାଦାର ଟୁଇଟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ନିଜ ଟୁଇଟର ହାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ କିଛି ଲେଖିଛନ୍ତି ମଧ୍ୟ। ଏହି ଫଟୋ ଏବଂ ମଜାଦାର ଟୁଇଟ ପାଇଁ ତେମଜେନଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।

ଅଦ୍ୟତନ ହୋଇଛି
nagaland minister temjen imna says to laugh

ଫଟୋରେ ତେମଜେନ ହସୁଥିବା ନଜର ଆସିଛନ୍ତି। ଫଟୋକୁ ଦେଖିଲେ ଜଣାଯାଉଛି, ମନ୍ତ୍ରୀ କୌଣସି କାର୍ଯ୍ୟକ୍ରମରେ ଅଛନ୍ତି। ଅନୁମାନ କରାଯାଏ ସେ ପାଖରେ ବସିଥିବା ବ୍ୟକ୍ତିଙ୍କର କିଛି କଥା ଶୁଣି ହସୁଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ପଛରେ ବସିଥିବା ତିନିଜଣଙ୍କ ମୁହଁରେ ହସ ନାହିଁ। ତେମଜେନ ଫଟୋଟିକୁ ଟୁଇଟରରେ ସେୟାର କରିବ ସହ ଏକ କ୍ୟାପ୍ସନ ଲେଖାଇଛନ୍ତି। ସବୁଠାରୁ ମଜାଦାର ହେଉଛି ଏହି କ୍ୟାପ୍ସନ। ଏଥିରେ ସେ ଲେଖିଛନ୍ତି, ‘ଜୀବନ ଖୁବ୍ ଛୋଟ। ହସ, କାରଣ ଆପଣଙ୍କ ପାଖରେ ଦାନ୍ତ ଅଛି। ତେବେ ଏହା ପଛରେ ବସିଥିବା ତିନିଜଣଙ୍କ ପାଇଁ ଲାଗୁ ହେବ ନାହିଁ।‘

ଏହି ଲଖା ସହ ସେ ଏକ ଇମୋଜି ବି ସେୟାର କରିଛନ୍ତି। ୟୁଜର୍ସମାନେ ଏହି ପୋଷ୍ଟକୁ ଖୁବ ପସନ୍ଦ କରିଛନ୍ତି। ଭାଇରାଲ ହେବା ପରେ ୟୁଜର୍ସମାନେ ଏହା ଉପରେ ବିଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି। ଫଟୋକୁ ୪୨ ହଜାରରୁ ଅଧିକ ଲାଇକ ମିଳିଲାଣି। ୩ ହଜାରରୁ ଅଧିକ ରିଟୁଇଟ ବି ହେଲାଣି।

Advertisment

ଫଟୋରେ ମନ୍ତ୍ରବ୍ୟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି ’ ଯଦି ଆପଣଙ୍କ ପାଖରେ ଦାନ୍ତ ନାହିଁ ଏବଂ ଆପଣ ହସୁଛନ୍ତି ତେବେ ଆପଣ ଆହୁରି ଭଲ ଦିଶିବେ। କାରଣ ଅନ୍ୟମାନେ ବି ଆପଣଙ୍କ ହସ ଦେଖି ହସିବେ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ବାଃ, ଆପଣଙ୍କ ବହୁତ କ୍ୟୁଟ ଆଉ ଫନି। ଆପଣଙ୍କ ସେନ୍ସ ଅଫ ହ୍ୟୁମର ଆମର ଖୁବ ପସନ୍ଦ । ଆପଣ ହାସ୍ୟରସର ଗୋଦାମ।’ ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ‘ତେମଜେନ ଭାଇ, ଆପଣ ଏତେ ମସ୍ତ ଲାଗୁଛନ୍ତି ଯେ, ମୁଁ ଭାବୁଛି କେଉଁଦିନ ବେଡିଂପତ୍ର ଧରି ନାଗାଲାଣ୍ଡରେ ପହଞ୍ଚିଯିବି କେବଳ ଆପଣଙ୍କୁ ଦେଖିବା ପାଇଁ।

Advertisment

Ministers Funny Photo Viral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ