Advertisment

ହିନ୍ଦୁ ଝିଅଙ୍କ ହାତରେ ମେହେନ୍ଦୀ ଲଗାଇଲେ ମୁସଲିମ୍ ଝିଅ

ଯେଉଁମାନେ ଧର୍ମ ନାଁରେ ଦେଶକୁ ଭାଗ ଭାଗ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଶିକ୍ଷା।

author-image
Chandan Shishu
ଅଦ୍ୟତନ ହୋଇଛି
Muslim Girls applies mehendi

Muslim Girls applies mehendi

ଆମ ଦେଶର ପର୍ବପର୍ବାଣୀ କେବଳ ଖୁସି, ଉତ୍ସାହ, ଆନନ୍ଦ ଆଣିନଥାଏ, ବରଂ ସାଙ୍ଗରେ ଆଣିଥାଏ ଭାଇଚାରା ଓ ଆତ୍ମୀୟତାର ଭାବନା। ଏହା ପ୍ରମାଣିତ ହୋଇଛି ଗୁଜୁରାଟର ଭଦୋଦର ଅଞ୍ଚଳରେ ପାଳିତ ହେଉଥିବା ଗୌରୀ ବ୍ରତରୁ। ଗୋଟିଏ ପଟେ ଉଦୟପୁର ଘଟଣାକୁ ନେଇ ସାରା ଦେଶ ନିନ୍ଦା କରୁଥିବାବେଳେ ଅନ୍ୟପଟେ ଭଦୋଦରସ୍ଥିତ ହିନ୍ଦୁ-ମୁସଲମାନ ଝିଅମାନଙ୍କ ବଳିଷ୍ଠ ସମ୍ପର୍କ ବିଦ୍ରୋହୀଙ୍କୁ ଭାଇଚାରାର ଅର୍ଥ ଶିଖାଇଛନ୍ତି।

Advertisment

ହିନ୍ଦୁ ତିଥି ଅନୁଯାୟୀ ଯେତେବେଳେ ଆଷାଢ ମାସ ଆସେ, ବିଶେଷ କରି ଗୁଜୁରାଟର ହିନ୍ଦୁ ଝିଅମାନେ ଗୌରୀ ଉପବାସ ପାଳନ କରନ୍ତି। ହିନ୍ଦୁ ଧର୍ମର ଏହି ବ୍ରତରେ ମୁସଲିମ୍ ଝିଅମାନେ ମଧ୍ୟ ଖୁସିରେ ସାମିଲ ହୋଇଥାନ୍ତି। ଏହାସହ ମୁସଲିମ ଝିଅମାନେ ଉପବାସ କରିଥିବା ଝିଅମାନଙ୍କ ହାତରେ ମେହେନ୍ଦୀ ଲଗାଇଦେଇଥାନ୍ତି। ଉତ୍ସବ ଆସିଲେ ଝିଅମାନେ ହାତକୁ ମେହେନ୍ଦୀରେ ସଜାଇବାର ପରମ୍ପରା କାହିଁ କେଉଁ କାଳୁ ରହିଆସିଛି।

ଛୋଟ ଛୋଟ ଝିଅମାନେ ହାତରେ କରୁଥିବା ମେହେନ୍ଦୀକୁ ଦେଖିଲେ ଆଖି ଲାଖି ହୋଇରହିଯିବ। ଏହା ନିଶ୍ଟିତ ସମାଜ ପାଇଁ ଉଦାହରଣ, ତା ନୁହେଁ ବରଂ ଯେଉଁମାନେ ଧର୍ମ ନାଁରେ ଦେଶକୁ ଭାଗ ଭାଗ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଶିକ୍ଷା ମଧ୍ୟ।

Advertisment

ଭଦୋଦରାର ଜଣେ ମହିଳା ସାମାଜିକ କର୍ମୀ ନିଶିତା ରାଜପୁତ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ଯେଉଁଥିରେ ୧୦୦ରୁ ଉର୍ଦ୍ଧ୍ୱ ଗୌରୀ ବ୍ରତଧାରୀ ହିନ୍ଦୁ ଝିଅ ଭାଗ ନେଇଥିବାବେଳେ ୫୧ରୁ ଉର୍ଦ୍ଧ ମୁସଲିମ ଝିଅ ସାମିଲ୍ ହୋଇଥିଲେ। ଉପବାସ କରିଥିବା ଝିଅମାନଙ୍କୁ ଶୁଖିଲା ଫଳ ମଧ୍ୟ ବଣ୍ଟନ କରାଯାଇଥିଲା। ତେବେ ଯୁବପୀଢିଙ୍କ ଭିତରେ ଭାଇଚାରା ମନୋଭାବ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିବା ଆୟୋଜକ ନିଶିତା ରାଜପୁତ କହିଛନ୍ତି।

Muslim Girls Applies Mehendi
Advertisment
Advertisment