• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ଏକ ବୟାନକୁ ନେଇ ଦେଖାଦେଇଛି ବିବାଦ । ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଉଦବୋଧନ ଦେବାବେଳେ କହିଛନ୍ତି ଯେ, ଯଦି ଗୁଜୁରାଟୀ ଏବଂ ରାଜସ୍ଥାନୀଙ୍କୁ ମୁମ୍ବାଇ ଏବଂ ଥାଣେରୁ ହଟାଇ ଦିଆଯାଏ, ତେବେ ଏଠାରେ ଅର୍ଥର ଅଭାବ ପଡିଯିବ । ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇରୁ ଏହି ଟ୍ୟାଗ୍ ହଟିଯିବ ବୋଲି ରାଜ୍ୟପାଳ କହିଥିଲେ । ରାଜ୍ୟପାଳଙ୍କ ଏହି ମନ୍ତବ୍ୟକୁ ନେଇ ଶିବ ସେନା ଓ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛନ୍ତି ।

ଶିବସେନା କହିଛି ଯେ ରାଜ୍ୟପାଳ ଯେପରି କହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ମହାରାଷ୍ଟ୍ରର ଲୋକମାନେ ମୁମ୍ବାଇ ପାଇଁ ରକ୍ତ ଓ ଝାଳ ବୁହାଇଛନ୍ତି । ସବୁ ଜିନିଷକୁ ଟଙ୍କା ଦ୍ୱାରା ଓଜନ କରାଯାଏ ନାହିଁ । ଏଭଳି ବିବୃତ୍ତି ପାଇଁ କେନ୍ଦ୍ର ସରକାର ତାଙ୍କୁ ତୁରନ୍ତ ଫେରାଇ ଆଣିବା ଉଚିତ ବୋଲି ଶିବସେନା କହିଛି । ମହାରାଷ୍ଟ୍ର ଏବଂ ମରାଠାମାନଙ୍କୁ ରାଜ୍ୟପାଳ ଅପମାନ କରିଛନ୍ତି ବୋଲି ଉଦ୍ଧବ ଥାକରେ କହିଛନ୍ତି । ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଇଛି ।

କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କୁ ତୀବ୍ର ସମାଲୋଚନା କରିଛି । ବିବାଦ ପରେ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଏଥିରେ କୋଶିଆରି କହିଛନ୍ତି, ମୁଁ ମରାଠୀ ଲୋକଙ୍କୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା । ମୁଁ କେବଳ ଗୁଜରାତି ଓ ରାଜସ୍ଥାନୀଙ୍କ ଅବଦାନ ସଂପର୍କରେ କହିଥିଲି । କଠିନ ପରିଶ୍ରମ ଦ୍ୱାରା ମରାଠିମାନେ ମହାରାଷ୍ଟ୍ର ଗଠନ କରିଛନ୍ତି । ସେଥିପାଇଁ ବହୁ ମରାଠୀ ଉଦ୍ୟୋଗୀ ଆସି ପ୍ରସିଦ୍ଧି ଲାଭ କରିଛନ୍ତି । ମୁମ୍ବାଇ ହେଉଛି ମହାରାଷ୍ଟ୍ରର ଗର୍ବ ଏବଂ ଏହା ଦେଶର ଆର୍ଥିକ ରାଜଧାନୀ ।