cyber fraud
ଜଣେ ୭୧ ବର୍ଷୀୟା ବୃଦ୍ଧା ମହିଳା ଅନଲାଇନରୁ ଏକ ଲିଟର କ୍ଷୀର ଅର୍ଡର କରୁଥିବା ବେଳେ ତାଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଘଟଣା ଅଗଷ୍ଟ ୪ ତାରିଖର । ବୃଦ୍ଧା ମହିଳାଙ୍କୁ ଏକ କଲ୍ ଆସିଲା । କଲ୍ କରିଥିବା ବ୍ୟକ୍ତି ନିଜକୁ ଏକ କ୍ଷୀର କମ୍ପାନୀର ଅଧିକାରୀ ଭାବେ ପରିଚୟ ଦେଲା । ନିଜ ନାଁ ଦୀପକ କହିଲା । ଏହାପରେ ସେ ବୃଦ୍ଧାଙ୍କ ଫୋନ୍କୁ ଏକ ଲିଙ୍କ ପଠାଇଲା । ସେଇ ଲିଙ୍କ୍ରେ କ୍ଲିକ୍ କରି ନିଜର ପର୍ସନାଲ ଡିଟେଲ୍ସ ଦେଇ କ୍ଷୀର ଅର୍ଡର କରିବାକୁ କହିଲା ।
ସିଏ ଯେମିତି କହିଲା ମହିଳା ବି ସେମିତି କଲେ । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଫୋନ୍ରେ ରହି ସେ ନିଜର ସବୁ ଡିଟେଲ୍ସ ଦେଇଥିଲେ । ତା' ପରଦିନ ପୁଣି ମହିଳାଙ୍କୁ କଲ୍ କରି ଆଉ କିଛି ଡିଟେଲ୍ସ ମାଗିଥିଲା ଠକ ।
ଏହାର କିଛି ଦିନ ପରେ ବ୍ୟାଙ୍କ ଯାଇଥିଲେ ମହିଳା । ଆଉ ସେଠି ଆକାଉଣ୍ଟ ଦେଖିବା ପରେ ଉଡିଗଲା ହୋସ୍ । ତାଙ୍କର ଗୋଟିଏ ଆକାଉଣ୍ଟରୁ ଲକ୍ଷେ ୭୦ ହଜାର ଟଙ୍କା ଉଠାଣ ହୋଇଥିଲା । ଚେକ୍ କରିବାରୁ ଆଉ ଦୁଇଟି ଆକାଉଣ୍ଟରୁ ବି ସବୁତକ ଟଙ୍କା ଗାଏବ ହୋଇସାରିଥିଲା । ମହିଳାଙ୍କୁ ଲିଙ୍କ୍ ପଠାଇ ମୋଟ ୧୮ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଯାଇଥିବା ସାଇବର ଠକ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ ଦେଶରେ ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ । କୌଣସି ଅଜଣା ଲିଙ୍କ୍ କ୍ଲିକ୍ ନକରିବାକୁ, କାହାରିକୁ ପର୍ସନାଲ ବ୍ୟାଙ୍କିଂ ଡିଟେନ୍ସ ନ ଦେବାକୁ, ଅଜଣା ଆପ୍ ଡାଉନଲୋଡ ନକରିବାରୁ ବାରମ୍ବାର ଲୋକଙ୍କୁ ସଚେତନ କରୁଛି ପୋଲିସ । ତଥାପି ନୂଆ ନୂଆ ଚାଲ୍ ଚଲାଇ ସାଧାରଣ ଲୋକଙ୍କ ଜୀବନଯାକର ପୁଞ୍ଜି ପୋଛି ନେଉଛନ୍ତି ସାଇବର ଠକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755522312.jpg)