Advertisment

ଦେହରେ ବୁରଖା, କାନ୍ଧରେ ମନ୍ଦିର ବାନା; ଶ୍ରୀରାମଙ୍କ ପ୍ରେମରେ ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା

ଶ୍ରୀରାମଙ୍କ ଭକ୍ତି ଓ ପ୍ରେମରେ ପଡ଼ିଛନ୍ତି ଏହି ମୁସଲିମ୍‌ ଝିଅ । କହୁଛନ୍ତି ଭଗବାନଙ୍କ ଆଗରେ ସମସ୍ତେ ସମାନ। ତାଙ୍କ ନିକଟରେ ବାଛବିଚାର ନଥାଏ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ram Mandir

Ram Mandir

ପୁଣି ଜଣେ ସାଲବେଗ ! ମୁସଲିମ୍‌ ମହିଳାଙ୍କ ପାଟିରେ ଶ୍ରୀରାମଙ୍କ ନାମ । ରାସ୍ତା ସାରା ଜପି ଜପି ଯାଉଛନ୍ତି ରାମ ରାମ । ନାରା ଦେଉଛନ୍ତି ଜୟ ଶ୍ରୀରାମ । ଦେହରେ ବୁରଖା ପିନ୍ଧି କାନ୍ଧରେ ପକାଇଛନ୍ତି କେଶରିଆ ଧ୍ୱଜା । ହାତରେ ଧରିଛନ୍ତି ଓଁ ଲେଖା ଥିବା ବାନା । ଏମିତି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ମୁମ୍ବାଇରୁ ଅଯୋଧ୍ୟା ଯିବା ରାସ୍ତାରେ । ଶ୍ରୀରାମଙ୍କ ଭକ୍ତି ଓ ପ୍ରେମରେ ପଡ଼ିଛନ୍ତି ଏହି ମୁସଲିମ୍‌ ଝିଅ । କହୁଛନ୍ତି ଭଗବାନଙ୍କ ଆଗରେ ସମସ୍ତେ ସମାନ। ତାଙ୍କ ନିକଟରେ ବାଛବିଚାର ନଥାଏ।

Advertisment

ଏହି ମହିଳା ଜଣକ ହେଉଛନ୍ତି ମୁମ୍ବାଇର ଶବନମ୍ । ଡିସେମ୍ବର ୨୧ରେ ମୁମ୍ବାଇରୁ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଅଭିମୁଖେ ଚାଲି ଚାଲି ଯାତ୍ରା ଆରମ୍ଭ କରିଥିଲେ । ଆଉ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କର ସହକର୍ମୀ ରମଣରାଜ ଶର୍ମା ଏବଂ ଭିନେଟ ପାଣ୍ଡେ । ଶବନମଙ୍କୁ ୧୪୨୫ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ ।

ଆପଣ ଏହି ଦୂରତା ଶୁଣି ଛାନିଆ ହେଉଥିଲେ ମଧ୍ୟ ଶବନମଙ୍କ ଚେହେରାରେ ଟିକେ ବି ଥକ୍କାପଣ ନାହିଁ । କାରଣ ତାଙ୍କ ପାଟିରେ କେବଳ ରାମ ନାମ । ଅଯୋଧ୍ୟା ଯିବା ଖୁସିରେ ଆଉ ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ଭକ୍ତି ତାଙ୍କୁ ଅଧିକ ବଳ ଦେଉଛି । ସେ ଜଣେ ମୁସଲମାନ ହୋଇଥିବାରୁ ଗର୍ବିତ ଏବଂ କହିଛନ୍ତି ଯେ ରାମଙ୍କୁ ପୂଜା କରିବା କିମ୍ବା ବିଶ୍ୱାସ କରିବାକୁ  ହିନ୍ଦୁ ହେବା ଆବଶ୍ୟକ ନୁହେଁ। ତୁମକୁ କେବଳ ଜଣେ ଭଲ ମଣିଷ ହେବା ଦରକାର।

Advertisment

ବର୍ତ୍ତମାନ ମଧ୍ୟପ୍ରଦେଶର ବାରୱାନି ଜିଲ୍ଲାର ସେଣ୍ଡୱାରେ ପହଞ୍ଚିଛନ୍ତି ଶବନମ୍। ସେ ଓ ତାଙ୍କ ସାଥୀମାନେ ପ୍ରତିଦିନ ୨୫-୩୦ କିଲୋମିଟର ଯାତ୍ରା କରୁଛନ୍ତି । ଭଗବାନ ରାମଙ୍କ ପ୍ରତି ତାଙ୍କର ଭକ୍ତିଭାବ ଏତେ ପ୍ରଗାଢ ଯେ ସେ ଅଯୋଧ୍ୟାରେ ପହଞ୍ଚିବା ପାଇଁ କୌଣସି ତାରିଖ ସ୍ଥିର କରିନାହାଁନ୍ତି । ବର୍ତ୍ତମାନ ଶବନମ ଏବଂ ତାଙ୍କ ସହକର୍ମୀମାନଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ତାଙ୍କ ଯାତ୍ରା ଦ୍ୱାରା କହିବାକୁ ଚାହୁଁଛନ୍ତି ଯେ ପ୍ରଭୁ ଶ୍ରୀରାମ ସମସ୍ତଙ୍କର । ସେ କୌଣସି ଜାତି କିମ୍ବା ଧର୍ମ ଦ୍ୱାରା ବନ୍ଧା ନୁହଁନ୍ତି । ସେ କେବଳ ଭାରତ ନୁହଁ ସମଗ୍ର ବିଶ୍ୱର ।

Ayodhya Ram Mandir
Advertisment
Advertisment