Advertisment

ବନ୍ଧା ହେଲା ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ

ବିଳମ୍ବିତ ରାତିରେ ଆନ୍ଧେରି ୱେଷ୍ଟରୁ ରିୟାଜକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଟିମ୍।

ଅଦ୍ୟତନ ହୋଇଛି
Dawood Ibrahim`s aide Riyaz Bhati

ବନ୍ଧା ହେଲା ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ

Advertisment

ମୁମ୍ବାଇ: କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି ଗିରଫ। ମୁମ୍ବାଇ କ୍ରାଇମବ୍ରାଞ୍ଚ କବ୍‌ଜାରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି। ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ରିୟାଜକୁ ମୁମ୍ବାଇ ପୁଲିସ ଗିରଫ କରିଛି।

Advertisment

ସୋମବାର ବିଳମ୍ବିତ ରାତିରେ ଆନ୍ଧେରି ୱେଷ୍ଟରୁ ରିୟାଜକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଟିମ୍। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଆଣ୍ଟି ଏକ୍ସଟୋରସନ୍ ସେଲ୍ (ଏଇସି) ଅନୁଯାୟୀ, ମଙ୍ଗଳବାର ଦିନ ଏଇସି କାର୍ଯ୍ୟାଳୟରେ ପଚରାଉଚରା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ଏହି ସମୟରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ପୁଲିସ କୋର୍ଟରେ ଆବେଦନ କରିବ।

ସୂଚନା ମୁତାବକ, ଜଣେ ବ୍ୟବସାୟୀଙ୍କ ଠାରୁ ରିୟାଜ ୩୦ ଲକ୍ଷ ଟଙ୍କାର କାର୍‌ ଓ ପାଖାପାଖି ସାଢ଼େ ୭ ଲକ୍ଷ ଟଙ୍କା ନଗଦ ଜୋରଜବରଦସ୍ତି ଆଦାୟ କରିଥିଲେ। ସମ୍ପୃକ୍ତ ବ୍ୟବସାୟୀ ଜଣକ ମୁମ୍ବାଇର ବୁର୍ସୋଭା ପୁଲିସ ଷ୍ଟେସନରେ ରିୟାଜ ଏବଂ ତା’ ସହଯୋଗୀ ଇକବାଲ କୁରେସି ଓରଫ୍‌ ସଲିମ ଫ୍ରୁଟ ବିରୋଧରେ ମାମଲା ରୁଜୁ କରିଥିଲେ।

Advertisment

କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ କହିବା ମୁତାବକ, ରିୟାଜ ଓ ସଲିମ ଫ୍ରୁଟ୍‌ ବ୍ୟବସାୟୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଏହି ଟଙ୍କା ଲୁଟି ନେଇଥିଲେ। ଯେହେତୁ ପୁଲିସରେ ଏହି ଦୁଇ ଅପରାଧୀଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି, ତେଣୁ ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରି ତୁରନ୍ତ ଫାଇଲକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା।

Dawood Ibrahim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ