Advertisment

ପୁଅର ପ୍ରି-ୱେଡିଂ ଉତ୍ସବରେ କାହିଁକି କାନ୍ଦିଲେ ମୁକେଶ ଅମ୍ବାନୀ, ଜାଣନ୍ତୁ କାରଣ...

ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ଅନନ୍ତ ଅମ୍ବାନୀ ତାଙ୍କ ପିତାମାତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ସେ ତାଙ୍କ ପିଲାଦିନରେ ସ୍ୱାସ୍ଥ୍ୟ ସହ ସଂଗ୍ରାମ ବିଷୟରେ କହିଥିଲେ।

ଅଦ୍ୟତନ ହୋଇଛି
Mukesh Ambani

Mukesh Ambani

Advertisment

ହାଇପ୍ରୋଫାଇଲ ବାହାଘର। ଇଣ୍ଟରନ୍ୟାସନାଲ ଗେଷ୍ଟ। ଜାମନଗରରେ ଚାଲିଛି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେରିମନି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରି-ୱେଡିଂରେ ଯୋଗଦେବା ଲାଗି ବିଶ୍ୱର ନାମୀ ଦାମି ଲୋକଙ୍କ ଭିଡ଼ ଜମିଛି ଗୁଜରାଟର ଜାମନଗରରେ। ଏହି ଖୁସି ମାହୋଲରେ କିନ୍ତୁ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ଅନନ୍ତଙ୍କ ପ୍ରି-ୱେଡିଂ ସେରିମନିରେ ମୁକେଶ ଆମ୍ବାନୀଙ୍କ ଆଖିରେ ଦେଖିବାକୁ ମିଳିଛି ଲୁହ।

Advertisment

ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ଅନନ୍ତ ଅମ୍ବାନୀ ତାଙ୍କ ପିତାମାତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ସେ ତାଙ୍କ ପିଲାଦିନରେ ସ୍ୱାସ୍ଥ୍ୟ ସହ ସଂଗ୍ରାମ ବିଷୟରେ କହିଥିଲେ। ଅନନ୍ତ ଷ୍ଟେଜ୍‌ରେ ଯେତେବେଳେ ଏହା କହୁଥିଲେ ସେ ସମୟରେ ମୁକେଶ ଅମ୍ବାନୀ ଭାବପ୍ରବଣ ହେବା ସହ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

ମୋତେ ଖୁସିରେ ରଖିବା ପାଇଁ ମୋ ପରିବାର ସବୁକିଛି କରିଛନ୍ତି। ମୋ ଜୀବନ ଗୋଲାପର ଶଯ୍ୟା ନୁହେଁ। ମୁଁ ମଧ୍ୟ କଣ୍ଟା ଯନ୍ତ୍ରଣା ଅନୁଭବ କରିଛି। ପିଲାଦିନରୁ ମୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲି। କିନ୍ତୁ ମୁଁ ଅସୁସ୍ଥ ବୋଲି କେବେ ମୋ ବାପା, ମାଆ ମୋତେ ଅନୁଭବ କରିବାକୁ ଦେଇନାହାନ୍ତି। ସେମାନେ ସବୁବେଳେ ମୋ ପାଖରେ ରହିଛନ୍ତି ବୋଲି ଅନନ୍ତ ଅମ୍ବାନୀ କହିଛନ୍ତି।

Advertisment

ସୂଚନା ଅନୁସାରେ ଆସନ୍ତା ଜୁଲାଇ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ। ଏହା ପୂର୍ବରୁ ଗୁଜରାଟର ଜାମନଗରରେ ହେଉଛି ପ୍ରି-ୱେଡିଂ ସେରିମନି। ଏହି ୩ ଦିନିଆ ପ୍ରି-ୱେଡିଂ ଉତ୍ସବରେ ଏକ ହଜାରରୁ ଅଧିକ ଭିଭିଆଇପି ଅତିଥି ଯୋଗଦେଇଛନ୍ତି। ସାରା ଜାମନଗର ଏବେ ରଙ୍ଗେବେରଙ୍ଗ ଆଲୋକମାଳାରେ ଝଲସୁଛି।

Mukesh Ambani Anant Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ