ଅଭିନବ ପ୍ରତିବାଦ; ବେକରେ ମାଳ ମାଳ ଅଭିଯୋଗ ପତ୍ର ଗୁଡ଼ାଇ ରାସ୍ତାରେ ଗଡ଼ିଲେ...

ଏମିତି ପ୍ରତିବାଦ ହୁଏତ ଆପଣ କେବେ ଦେଖିନଥିବେ । ଏଭଳି ପ୍ରତିବାଦ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ଚକିତ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । 

MP man

ନିଆରା ପ୍ରତିବାଦ । ଏମିତି ପ୍ରତିବାଦ ହୁଏତ ଆପଣ କେବେ ଦେଖିନଥିବେ । ଏଭଳି ପ୍ରତିବାଦ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ଚକିତ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ବେକରେ ମାଳ ମାଳ ଅଭିଯୋଗ ପତ୍ର ଗୁଡ଼ାଇ ରାସ୍ତାରେ ଗଡ଼ିଲେ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ  ।

ତେବେ ମଙ୍ଗଳବାର ଦିନ ମଧ୍ୟପ୍ରଦେଶର ନେମୁଚ କଲେକ୍ଟର ଅଫିସ୍‌ରେ ଜନ ଶୁଣାଣି ଚାଲିଥିଲା  । ସେହି ସମୟରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ କାଙ୍କାରିଆ ତାଲାଇର ବାସିନ୍ଦା ମୁକେଶ ପ୍ରଜାପତି । ତାଙ୍କର ପ୍ରତିବାଦ ଏମିତି ଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା  । ମୁକେଶ ମାଳ ମାଳ ଅଭିଯୋଗ ପତ୍ରକୁ ଖାଲି ଦେହରେ ବେକରେ ବାନ୍ଧି ରାସ୍ତାରେ ଗଡ଼ି ଗଡ଼ି କଲେକ୍ଟର ଅଫିସରେ ପହଞ୍ଚିଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । 

ତାଙ୍କର ଅଭିଯୋଗ ଥିଲା ଯେ ସେ ଗତ ୭ ବର୍ଷ ଧରି ଅଭିଯୋଗ କରୁଛନ୍ତି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେ କହିଛନ୍ତି ଯେ, ମୁଁ ପୂର୍ବତନ ସରପଞ୍ଚ ପୁଷ୍ପା ବାଇ ଓ ତାଙ୍କ ସ୍ୱାମୀ ଗୋବିନ୍ଦ୍ରମ ମେଘୱାଲଙ୍କ ଦୁର୍ନୀତି ବିଷୟରେ ଅଭିଯୋଗ କରୁଛି, କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଚୁପ୍ ବସିଛନ୍ତି । ତେବେ ଏଭଳି ଘଟଣା ଘଟିବା ପରେ ମୁକେଶଙ୍କ ଅଭିଯୋଗ ଶୁଣିବାକୁ ଏସଡିଏମ ବାହାରକୁ ଆସିଥିଲେ ଏବଂ ଅଭିଯୋଗ ଗ୍ରହଣ କରିବା ପରେ ତଦନ୍ତ ପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଥିଲେ । 

ମୁକେଶ ପ୍ରଜାପତି ଗଣମାଧ୍ୟମକୁ କହିଛନ୍ତି ଯେ, ‘ମୁଁ ଗତ ୭ ବର୍ଷ ଧରି ସରପଞ୍ଚ ପୁଷ୍ପା ବାଇ ଓ ତାଙ୍କ ସ୍ୱାମୀ ଗୋବିନ୍ଦ୍ରମ ମେଘୱାଲଙ୍କ ଦୁର୍ନୀତି କାମ ଉପରେ ଅଭିଯୋଗ କରିଆସୁଛି । ମୁଁ ଲୋକାୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛି କିନ୍ତୁ ଏହି ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ କେହି ପ୍ରସ୍ତୁତ ନୁହଁନ୍ତି । ମୁଁ ଅଭିଯୋଗ ଜାରି ରଖିବି ଯେପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି।’