Advertisment

ଟଙ୍କା ଯାଚିବା ଅଭିଯୋଗରେ ସାଂସଦଙ୍କୁ ୬ ମାସ ଜେଲ

ଟଙ୍କା ଯାଚିବା ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଲା । ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଯାଚିବା ଅଭିଯୋଗରେ ଶନିବାର ସ୍ଥାନୀୟ କୋର୍ଟ ଜଣେ ସାଂସଦଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଟଙ୍କା ଯାଚିବା ଅଭିଯୋଗରେ ସାଂସଦଙ୍କୁ ୬ ମାସ ଜେଲ

TRS MP Kavit Malotha

Advertisment

ନୂଆଦିଲ୍ଲୀ: ଟଙ୍କା ଯାଚିବା ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଲା । ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଯାଚିବା ଅଭିଯୋଗରେ ଶନିବାର ସ୍ଥାନୀୟ କୋର୍ଟ ଜଣେ ସାଂସଦଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସାଂସଦ ଜଣକ ହେଉଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତିର(TRS) ମହବୁବାବାଦ୍‌ ଲୋକସଭା ମଣ୍ଡଳର ସାଂସଦ କବିତା ମାଲୌଥ। ସେ ୨୦୧୯ ସାଧାରଣ ନିର୍ବାଚନ ବେଳେ ମତଦାତାଙ୍କୁ ଲାଞ୍ଚ ଦେଉଥିବା ଅଭିଯୋଗ ହୋଇଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଥମ ଥର ପାଇଁ ଜଣେ କାର୍ଯ୍ୟକାରୀ ସାଂସଦଙ୍କୁ ଏପରି ଟଙ୍କା ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। 

Advertisment

ତେବେ ଏହି ମାମଲାରେ ସେ ହେଉଛନ୍ତି ଟିଆରଏସ୍‌ର ୨ୟ ସାଂସଦ। ପ୍ରଥମ ଅଭିଯୁକ୍ତ ହେଉଛନ୍ତି ଦରଳ କାର୍ଯ୍ୟକର୍ତ୍ତା ଶୌକତ ଅଲି। ତେବେ କବିତା ମାଲୌଥ ଏବଂ ତାଙ୍କ ସହଯୋଗୀଙ୍କୁ ଜାମିନ ମିଳିଛି। ସେମାନେ ମାମଲାକୁ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି ଜଣାଯାଇଛି। ପୋଲିସ ପିଟିଆଇକୁ ଦେଇଥିବା ସୂଚନା ଅନୁଯାୟୀ, ଭଦ୍ରାଦ୍ରୀ-କୋଠାଗୁଡେମ ଜିଲ୍ଲାରେ ମାମଲା ଦାଏର ହୋଇଛି। ୨୦୧୯ ନିର୍ବାଚନ ସମୟରେ ମାଲୌଥଙ୍କ ସହଯୋଗୀ ଶୌକତ ଅଲି ଟଙ୍କା ବାଣ୍ଟିବା ଏବଂ ଟିଆରଏସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ବେଳେ ଧରା ପଡ଼ିଥିଲେ। 

Advertisment

ଶୌକତ ଅଲୀ ପ୍ରମାଣ ସହ ଧରାପଡ଼ିଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାରେ କବିତା ମାଲୌଥ ୨ୟ ଅଭିଯକ୍ତ ଥିଲେ। ଶୁଣାଣି ସମୟରେ ପୋଲିସ ସମସ୍ତ ପ୍ରମାଣପତ୍ର ନିର୍ବାଚନ ଅଧିକାରୀଙ୍କ ପାଖରେ ଉପସ୍ଥାପନ କରିଥିଲା। ଉଭୟଙ୍କୁ ଭାରତୀୟ ଦଣ୍ଡ ବିଧି ଅନୁଯାୟୀ ଧାରା ୧୭୧-ଇ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଶୁଣାଣି ସମୟରେ ଉଭୟେ ବିଶେଷ ଅଦାଲତରେ ଉପସ୍ଥିତ ଥିଲେ।  ତେବେ ଜଣେ ସାଂସଦ ବିଶେଷ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ଏବଂ ୬ ମାସ ଜେଲ ଦଣ୍ଡ ମିଳିବା  ପ୍ରଥମ ଘଟଣା ନୁହେଁ। ଏକମାସ ପୂର୍ବରୁ ଖୈରତାବାଦର ଟିଆରଏସ ବିଧାୟକ ଦାନମ ନାଗେନ୍ଦ୍ର ଏବଂ ତାଙ୍କ ସହଯୋଗୀ ରାଜୁଙ୍କୁ ୨୦୧୩ ମସିହାର ଏକ ମାରପିଟ ମାମଲାରେ ୬ ମାସ ଜେଲ ଏବଂ ଏକଲକ୍ଷ ଟଙ୍କା ଜରିମାନା ହୋଇଥିଲା। 

ସେହିପରି ଚଳିତବର୍ଷ ପ୍ରାରମ୍ଭରେ ଭାଜପା ବିଧାୟକ ରାଜା ସିଂହଙ୍କୁ ୨୦୧୫ରେ ପୋଲିସ କର୍ମୀଙ୍କ ଉପରକୁ ଆକ୍ରମଣ କରିବା ଅଭିଯୋଗରେ ବିଶେଷ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲା। କୋର୍ଟ ତାଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। 

Advertisment
India News TRS MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ