/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691127643.jpg)
Supreme Court On Motor Vehicle
ଏଣିକି ଆଉ ଟେନ୍ସନ୍ ନାହିଁ । ଯେଉଁଠି ଆକ୍ସିଡେଣ୍ଟ ହେବ ସେଇଠି ମାମଲା ଚାଲିବ ବୋଲି କିଛି ମାନେ ନାହିଁ । ଆପଣ ନିଜ ସୁବିଧା ଅନୁସାରେ ଥାନାରେ ମାମଲା କରିପାରିବେ । ଆଉ ଇନ୍ସୁରାନ୍ସ ଟଙ୍କା ପାଇଁ ଦାବି କରିପାରିବେ । ସୁପ୍ରିମ୍କୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏଭଳି ରାୟ ଶୁଣାଇଛନ୍ତି । ସେ କହିଛନ୍ତି MACT ଆକ୍ଟ ୧୬୬ ଅନୁସାରେ, ଯେଉଁଠି ଆକ୍ସିଡେଣ୍ଟ ହେବ ସେଇଠି ହିଁ ଇନସୁରାନ୍ସ ପାଇଁ ଆବେଦନ କରିବାକୁ ହେବ । ତେବେ ଏଭଳି ନିୟମ ସମୀଚିନ ନୁହେଁ । କାରଣ ସବୁବେଳେ ସମସ୍ତଙ୍କ ପରିସ୍ଥିତି ସମାନ ନଥାଏ ।
ଜଣେ ବ୍ୟକ୍ତି ନିଜ ସହର ଛାଡ଼ି ଯଦି ଅନ୍ୟସ୍ଥାନକୁ ଯାତ୍ରା କରୁଛନ୍ତି, ଆଉ ସେଠାରେ ଯଦି ଆକ୍ସିଡେଣ୍ଟ ହେଉଛି । ତେବେ ସେ ନିଜ ଘରକୁ ଫେରିବା ପରେ ନିଜ ଅଞ୍ଚଳରେ ଥିବା ଥାନାରେ ମାମଲା ରୁଜୁ କରିପାରିବେ । ଆଉ ସେହି ଥାନା ମାଧ୍ୟମରେ ଆକ୍ସିଡେଣ୍ଟ ସ୍ପଟ ନିକଟସ୍ଥ ଥାନାକୁ ଯୋଗାଯୋଗ କରି ପୋଲିସ ମାମଲା ଆଗକୁ ବଢ଼ାଇପାରିବ । ଖାଲି ସେତିକି ନୁହେଁ ନିଜ ଅଞ୍ଚଳରେ ଥାଇ ଥାନାରେ ମାମଲା ରୁଜୁ କରି ବ୍ୟକ୍ତି ଜଣକ ଇନ୍ସୁରାନ୍ସ ଦାବି ମଧ୍ୟ କରିପାରିବେ ।
ଉତ୍ତରପ୍ରଦେଶ ଫତେଗଡ଼ରେ ଜଣେ ବ୍ୟକ୍ତିଙ୍କ ଆକ୍ସିଡେଣ୍ଟ ହୋଇଥିଲା । ସେ ଫତେଗଡ଼ ବଦଳରେ ଫରୁଖାବାଦରେ ମାମଲା ରୁଜୁ କରିବାକୁ ଚାହିଁଥିଲେ । କାରଣ ସେହିଠାରେ ତାଙ୍କର ଚଳପ୍ରଚଳ । ବାରମ୍ବାର ଫତେଗଡ଼ରେ ଯାଇ ମାମଲାରେ ସହଯୋଗ କରିବା ତାଙ୍କ ପାଇଁ ସହଜ ନଥିଲା । ତେଣୁ ସେ ଫରୁଖାବାଦ୍ରୁ ମାମଲା ଚଳାଇବେ ବୋଲି କହିଥିଲେ । ବିପକ୍ଷ ଟିମ୍ ଏହାକୁ ବିରୋଧ କରିବାରୁ ମାମଲା କୋର୍ଟକୁ ଯାଇଥିଲା । ସେଠାରେ ପୁରା ମାମଲାର ଶୁଣାଣି କରିବା ପରେ କୋର୍ଟ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)