କଥାରେ ଅଛି ଯାହାର ମା’ ଅଛି ତାର ସାହା ଅଛି। ମା’ ପାଖରେ ଥିଲେ ଡର, ଭୟ କିଛି ନଥାଏ। ଏପରିକି ମୃତ୍ୟୁ ମୁଖରୁ ନିଜ ପିଲାକୁ ଫେରାଇ ଆଣିବାକୁ ମଧ୍ୟ ମା’ ପଛାଏ ନାହିଁ। ନିଜ ଜୀବନକୁ ବାଜିରେ ଲଗାଇ ସବୁବେଳେ ପିଲା ପାଇଁ ସୁରକ୍ଷା କବଚ ସାଜିଥାଏ ମା’। ଯାହାର ଏକ ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଣ୍ଡିଆ ଅଞ୍ଚଳରେ। ଏକ ନିଶ୍ଚିତ ଅଘଟଣରୁ ନିଜ ପୁଅକୁ ବଞ୍ଚାଇଛନ୍ତି ଜଣେ ମହିଳା। ଏହାସହ ସେ ପ୍ରମାଣିତ କରିଛନ୍ତି ଯେ ସବୁଠୁ ସାହାସୀ କେବଳ ମା’। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। IFS ସୁଶାନ୍ତ ନନ୍ଦ ଏହି ଭିଡିଓ ଟ୍ୱିଟରରେ ଶେଆର କରିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଇ ବେଶ୍ ଚର୍ଚ୍ଚା। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଜଣେ କୁନି ଶିଶୁୁକୁ ନାଗ ସାପ ଚୋଟ ମାରିବା ପୂର୍ବରୁ ହିଁ ତା ମା’ ତାକୁ ଟାଣି ଆଣି ଜୀବନ ବଞ୍ଚାଇ ଦେଉଛନ୍ତି। ସିସିଟିଭିରେ କଏଦ ହୋଇଥିବା ଏହି ଚିତ୍ର ଦେଖିବାକୁ ଯେତିକି ଭୟାନକ ସେତିକି ଚମକାଇ ଦେବା ଭଳି। ଘର ବାହାରକୁ ମା’, ପୁଅ ଆସୁଥିବା ବେଳେ ଘର ଦୁଆର ଦେଇ ଏକ ବିଶାଳ ନାଗସାପ ଯାଉଥିଲା। ଏହାକୁ ଦେଖିନପାରି କୁନି ଶିଶୁଟି ସାପ ଆଡ଼କୁ ଚାଲି ଯାଉଥିବା ବେଳେ ମହିଳା ଜଣକ ଏହା ଦେଖିପାରି ଆଖି ପିଛୁଳାକେ ପୁଅକୁ ଟାଣି ଆଣିଥିଲେ।
ବଡ଼ କଥା ହେଉଛି, ନାଗ ସାପ ଫଣା ଉଠାଇ ଥିଲେ ବି ମହିଳା ଜଣକ ଏହାକୁ ଡରି ନଥିଲେ। ନିଜ ପିଲାକୁ ବଞ୍ଚାଇବାକୁ ନିଜ ଜୀବନକୁ ବି ବାଜିରେ ଲଗାଇ ଦେଇଥିଲେ। ମହିଳାଙ୍କର ଏହି ସାହସ ଯୋଗୁ ଏକ ନିଶ୍ଚିତ ଅଘଟଣରୁ କୁନି ଶିଶୁଟି ବଞ୍ଚି ଯାଇଥିଲା।
Be careful of snakes during monsoons.This CCTV footage from Mandya of Karnataka is scary. Kudos to the mother’s courage.
— Susanta Nanda IFS (@susantananda3) August 13, 2022
When it rains, the burrows get filled with water & snakes move out to seek dry shelter.Once spotted, allow it to rest till the professional help arrives. pic.twitter.com/uBm41jsEO1