Advertisment

Monkey theft: ଯାଇଥିଲେ ବୃନ୍ଦାବନ, ମାଙ୍କଡ଼ ନେଇଗଲା ୨୦ ଲକ୍ଷର ସୁନାଗହଣା

ମନ୍ଦିରରୁ ଠାକୁରଙ୍କ ଦର୍ଶନ ସାରି ଫେରିବା ବେଳେ ହଠାତ୍ ଜଣେ ମହିଳା ଚିତ୍କାର କରିବାକୁ ଲାଗିଲେ । ଉପସ୍ଥିତ ଲୋକମାନେ କେହି କିଛି ବୁଝିପାରିଲେନି । କ’ଣ ହେଲା ବୋଲି ସମସ୍ତେ ଚାହିଁଲା ବେଳକୁ ଜଣାପଡିଲା, ଗୋଟିଏ ମାଙ୍କଡ ପର୍ସଟିଏ ଝାମ୍ପି ନେଇଛି । ନେଇଗଲା ନେଇଗଲା ବୋଲି ଚିତ୍କାର କରୁଥିଲେ ମହିଳା ଜଣକ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Monkey

Monkey

ଉତ୍ତରପ୍ରଦେଶ ଆଲିଗଡରୁ ପରିବାର ସହ ଯାଇଥିଲେ ବୃନ୍ଦାବନ । ମନ୍ଦିରକୁ ଯାଇ ବାଙ୍କେ ବିହାରୀଙ୍କୁ ଦର୍ଶନ କଲେ । ଫେରିବା ବେଳେ ପତ୍ନୀଙ୍କ ହାତରୁ ପର୍ସ ଝାମ୍ପି ନେଲା ମାଙ୍କଡ଼ । ଏହି ପର୍ସରେ ଥିଲା ୨୦ ଲକ୍ଷ ଟଙ୍କାର ସୁନାଗହଣା ।

Advertisment

ମନ୍ଦିରରୁ ଠାକୁରଙ୍କ ଦର୍ଶନ ସାରି ଫେରିବା ବେଳେ ହଠାତ୍ ଜଣେ ମହିଳା ଚିତ୍କାର କରିବାକୁ ଲାଗିଲେ । ଉପସ୍ଥିତ ଲୋକମାନେ କେହି କିଛି ବୁଝିପାରିଲେନି । କ’ଣ ହେଲା ବୋଲି ସମସ୍ତେ ଚାହିଁଲା ବେଳକୁ ଜଣାପଡିଲା, ଗୋଟିଏ ମାଙ୍କଡ ପର୍ସଟିଏ ଝାମ୍ପି ନେଇଛି । ନେଇଗଲା ନେଇଗଲା ବୋଲି ଚିତ୍କାର କରୁଥିଲେ ମହିଳା ଜଣକ । ମାଙ୍କଡଟି ପର୍ସ ଧରି ମନ୍ଦିର ଉପରକୁ ଚଢିଗଲା । ପରେ ପରିସର ବାହାରକୁ ଚାଲିଗଲା । କିଛି ଲୋକ ବି ମାଙ୍କଡ ପଛେ ପଛେ ଦୌଡୁଥାନ୍ତି । ମାଙ୍କଡଠାରୁ ପର୍ସ ଛଡାଇ ଆଣିବା ପାଇଁ ଉଦ୍ୟମ କରୁଥାନ୍ତି । ମାଙ୍କଡଟି ଦୂରକୁ ଚାଲିଗଲା । କେହି ତାକୁ ଆଉ ଧରିପାରିଲେନି ।

ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାଗହଣା ଥିବାରୁ ପୋଲିସରେ ବି ଖବର ଦିଆଗଲା । ପୋଲିସ ଆସି ପର୍ସ ନେଇଥିବା ମାଙ୍କଡକୁ ଖୋଜାଖୋଜି କଲା । ମାଙ୍କଡକୁ ପାଇଲା ନାହିଁ । କିନ୍ତୁ ପ୍ରାୟ ୨ ଘଣ୍ଟା ପରେ ଏକ ବୁଦାମୂଳରୁ ମିଳିଲା ପର୍ସ । ଏହି ପର୍ସରେ ସୁନା ଅଳଙ୍କାର ସେଇମିତି ଥିଲା । ଏହାକୁ ସଂପୃକ୍ତ ପରିବାରକୁ ଫେରାଇ ଦିଆଗଲା ।

Advertisment

ସଦର ସର୍କଲ ପୋଲିସ ଅଫିସର ସନ୍ଦୀପ କୁମାର କହିଛନ୍ତି, ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାରୁ ଜୁଏଲାରୀ ପର୍ସଟି ମିଳିଗଲା । ସେଥିରେ ଅଳଙ୍କାର ବି ଥିଲା । ଆଲିଗଡ଼ରୁ ପରିବାର ସହ ମଥୁରା ଆସିଥିଲେ ଅଭିଷେକ ଅଗ୍ରୱାଲ । ଉଦ୍ଧାର ହୋଇଥିବା ପର୍ସ ତାଙ୍କୁ ଫେରାଇ ଦିଆଯାଇଛି । ଅଗ୍ରୱାଲ ପରିବାର ଖୁସି ହୋଇ ତାଙ୍କ ଘରକୁ ଫେରିଛନ୍ତି ବୋଲି କହିଛି ପୋଲିସ । ମହିଳା ଜଣକ ଭାବିନଥିଲେ, ଆଉ ପର୍ସ ମିଳିବ ବୋଲି । କିନ୍ତୁ ପର୍ସ ସହ ସୁନାଗହଣା ମିଳିବା ପରେ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ପରିବାର ଲୋକ । କହିଲେ, ବାଙ୍କେ ବିହାରୀଙ୍କ କୃପାରୁ ମିଳିଲା ସୁନା ଅଳଙ୍କାର ।  

ଅଧିକ ପଢ଼ନ୍ତୁ: ରାମ ଦରବାର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ, ହୀରା-ମାଣିକରେ ଝଟକିଲେ ବିଗ୍ରହ

Jewellery Snatching Mathura Monkey
Advertisment
Advertisment