Modi meet his mother
ଯିଏ ଯେଉଁଠି ବି ଥାଉ ଥରେ ମାଆର ମମତା ତାର ପିଲା ପାଖକୁ ଟାଣି ଆଣେ । ଏହି ଭଳି ଏକ ଭାବପ୍ରବଣ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ତେବେ ଏହି ଭାଇରାଲ ଫଟୋ ବା ଦୃଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମା’ ଏକାଠି ଗୋଟିଏ ଟେବୁଲରେ ଖାଇବା ସମୟର । ତେବେ ଉଭୟେ ଶ୍ରଦ୍ଧାରେ ଖାଉଥିବା ବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଲୋକେ ଭାବପୂର୍ଣ୍ଣ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।
ସୂଚନା ଅନୁସାରେ ଗତକାଲି ଅହମଦାବାଦରେ ଆୟୋଜିତ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବା ପରେ ଗାନ୍ଧିନଗର ଯାଇ ମାଆ ହୀରାବେନ୍ ମୋଦିଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦି । ସେ ମାଆଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ମାଆ ହୀରାବେନ୍ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲେ ପରେ ମାଆଙ୍କ ସହ ଏକାଠି ଭୋଜନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647053861.jpg)