Advertisment

Mock Drill: ଭାରତର 'ଅପରେସନ ସିଲ୍‌ଡ', ୪ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ମକ୍ ଡ୍ରିଲ...

୪ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ମକ୍ ଡ୍ରିଲ ହେବାକୁ ଯାଉଛି । ଅପରେସନ ସିନ୍ଦୂର ପୂର୍ବରୁ ମକ୍ ଡ୍ରିଲ ହୋଇଥିଲା । ଏବେ ପୁଣି ଥରେ ମକ୍ ଡ୍ରିଲ ସହ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସଚେତନ କରାଇବେ ସୁରକ୍ଷା ଏଜେନ୍ସି । ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ବଢିଛି ।

ଅଦ୍ୟତନ ହୋଇଛି
Operation Shield

Operation Shield

Advertisment

ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଆଜି ହେବ ମକ୍ ଡ୍ରିଲ । ରାଜସ୍ଥାନ, ପଞ୍ଜାବ ସମେତ ୬ଟି ରାଜ୍ୟରେ ମକ୍‌ଡ୍ରିଲ କରାଯିବ । ଏହା ପୂର୍ବରୁ ଅପରେସନ ସିନ୍ଦୂରର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ମେ ୭ରେ ମକଡ୍ରିଲ୍ ହୋଇଥିଲା । ଅପରେସନ ସିଲ୍‌ଡରେ ହେବାକୁ ଯାଉଛି ମକଡ୍ରିଲ । ୪ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ମକ୍ ଡ୍ରିଲ କରାଯିବ । ଜମ୍ମୁକାଶ୍ମୀର, ରାଜସ୍ଥାନ, ପଞ୍ଜାବ, ଗୁଜରାଟ, ହରିୟାଣା ଏବଂ  ଚଣ୍ଡିଗଡ଼ରେ ମକଡ୍ରିଲ୍ କରାଯିବ । ସମ୍ଭାବ୍ୟ ଶତ୍ରୁ ଆକ୍ରମଣବେଳେ କେମିତି ସାଧାରଣ ଲୋକେ କରିବେ ନିଜର ଆତ୍ମରକ୍ଷା, ଏ ପ୍ରଶିକ୍ଷଣ ପାଇଁ ଅପରେସନ ସିନ୍ଦୂର ପୂର୍ବରୁ ମକଡ୍ରିଲ କରାଯାଇଥିଲା। ଓଡ଼ିଶାର ୧୨ଚି ସ୍ଥାନ ସହ ଦେଶର ୨୪୪ ଜିଲ୍ଲାରେ ମକଡ୍ରିଲ୍ ହୋଇଥିଲା । 

Advertisment

ଅପରେସନ୍ ସିନ୍ଦୂର ବେଳେ ସୀମାବର୍ତ୍ତୀ ରାଜ୍ୟରେ ପାକିସ୍ତାନ ପଟୁ ଆକ୍ରମଣ ହୋଇଥିଲା। ତେଣୁ ଲୋକଙ୍କୁ ଏହି ଆକ୍ରମଣରୁ ସତର୍କ ରହିବା ନେଇ ସଚେତନ କରାଯିବ । ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଏହି ମକ୍ ଡ୍ରିଲରେ ସାମିଲ ହେବେ । ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି ଥରେ ମକଡ୍ରିଲ ହେଉଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢିଯାଇଛି । ଗତ ୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟରେ ମକଡ୍ରିଲ ହୋଇଥିଲା । ସେହିଦିନ ରାତିରେ ହିଁ ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୂର କରିଥିଲା। ଏହା ମାଧ୍ୟମରେ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର ବିଭିନ୍ନ ସ୍ଥାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଥିଲା।  

ଅଧିକ ପଢନ୍ତୁ:  ଆସନ୍ତାକାଲି ସୁରକ୍ଷା ମକଡ୍ରିଲ୍, ଅପରାହ୍ନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍

Advertisment
India Pakistan News Anti Terroism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ