Advertisment

Sikkim Tragedy: ମିଳିଲା ମୋବାଇଲ୍, ମିଳୁନି ନିଖୋଜ ୪ ଓଡ଼ିଆଙ୍କ ପତ୍ତା

ସିକ୍କିମ ତିସ୍ତା ନଦୀରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ।

ଅଦ୍ୟତନ ହୋଇଛି
Sikkim Tragedy

Sikkim Tragedy

Advertisment

ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ସିକ୍କିମର ତିସ୍ତା ନଦୀରେ ନିଖୋଜ ଓଡ଼ିଆଙ୍କ ପତ୍ତା ମିଳିପାରିନି। ହେଲେ ମିଳିଛି ସେମାନଙ୍କ ମୋବାଇଲ୍। କିଛି ପରିଚୟ ପତ୍ର ବି ମିଳିଛି। ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ଭାଇ ଶିଶିର କୁମାର ନାୟକ, ଭଉଣୀ ଏବଂ ଅନ୍ୟ ସମ୍ପର୍କୀୟଙ୍କ ମୋବାଇଲ୍ ଚିହ୍ନଟ କରିଛନ୍ତି। 

Advertisment

ଅପରପକ୍ଷେ, ଫେରିଛନ୍ତି ନିଖୋଜ ଇତିଶ୍ରୀଙ୍କ ସମ୍ପର୍କୀୟ। ୪ ଜଣ ସମ୍ପର୍କୀୟ ଯାଜପୁରରେ ଆସି ପହଞ୍ଚିଛନ୍ତି। ସେପଟେ ସିକ୍କିମ୍ ମଙ୍ଗନ୍ ଏସପି କହିଛନ୍ତି, ଦୁର୍ଘଟଣାସ୍ଥଳରେ ମୃତଦେହ ଭଳି କିଛି ଦେଖାଯାଉଥିଲେ ବି ଉଦ୍ଧାର କରିହେଉନି। ପ୍ରବଳ ବର୍ଷା ଏବଂ ନଦୀର ବଢିଥିବା ଜଳସ୍ତର ଏଥିରେ ବାଧକ ସାଜିଛି। 

ଅଧିକ ପଢନ୍ତୁ : NH କଡରୁ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା?

Advertisment

ନଦୀରେ ବୁଡି ରହିଥିବା ପର୍ଯ୍ୟଟକଙ୍କ ଗାଡି ବି ଆଉ ଦେଖାଯାଉନି। ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ପ୍ରତିକୂଳ ପରିସ୍ଥିତିରେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍। 

ଅନ୍ୟପଟେ ଓଡ଼ିଶା ପକ୍ଷରୁ ସିକ୍କିମ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଘଟଣା ଉପରେ ନଜର ରଖିଛନ୍ତି। ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଓଡ଼ିଶାର ୨ ଗୁରୁତରଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଓ ସେମାନେ ଗ୍ୟାଙ୍ଗଟକର ସରକାରୀ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। 

Advertisment
North Sikkim Sikkim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ