ହାତରେ ବାଡ଼ି, ଆଖିରେ ରାଗ...ସେହି ସମୟରେ ଯିଏବି ସାମ୍ନାକୁ ଆସୁଥିଲେ କି ଅଟକାଇବା ପାଇଁ ଚେଷ୍ଟା କରୁଥିଲେ, ତାଙ୍କୁ ପିଟି ଚାଲୁଥିଲେ। ଉପସ୍ଥିତ ଲୋକ ବି ଭୟରେ ଚୁପ୍ ରହିଥିଲେ।ଦିବାଲୋକରେ ହାଇଦ୍ରାବାଦରେ ଦୁର୍ବୃତ୍ତଙ୍କ ଏଭଳି ଆତଙ୍କରାଜ ଦେଖିବାକୁ ମିଳିଛି। ଗତକାଲି ପ୍ରାୟ ୧୦୦ ଜଣ ଯୁବକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ପଶି ଜୋରଜବରଦସ୍ତ ୨୪ ବର୍ଷୀୟ ଯୁବତୀଙ୍କୁ ଉଠାଇ ନେଇଥିଲେ। ଏହି ଭୟଭୀତ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଅଭିଯୋଗ ପାଇ ୧ ଘଣ୍ଟା ଧରି ପରେ ପୋଲିସ୍ ଛାନ୍ଭିନ୍ କରିବା ପରେ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା।
ନ୍ୟୁଜ୍ ଏଜେନ୍ସି ANIର ସୂଚନା ଅନୁସାରେ, ତେଲେଙ୍ଗାନାରେ ହାଇଦ୍ରାବାଦ ନିକଟ ରଙ୍ଗାରେଡ୍ଡୀ ଜିଲ୍ଲାର ଆଦିବାଟ୍ଲା ଗାଁରେ କିଛି ଦୁର୍ବୃତ୍ତ ଘର ଭିତରେ ପଶି ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୧୦୦ ଜଣ ଯୁବକ ଘର ଭିତରେ ପଶି ତାଙ୍କ ଝିଅ ବୈଶାଳୀଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ।
#WATCH | Ranga Reddy, Telangana | A 24-yr-old woman was kidnapped from her house in Adibatla y'day. Her parents alleged that around 100 youths barged into their house, forcibly took their daughter Vaishali away & vandalised the house. Police say, case registered & probe underway. pic.twitter.com/s1lKdJzd2B
— ANI (@ANI) December 10, 2022
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଯୁବକମାନେ ହାତରେ ବାଡ଼ି ଧରିବା ସହ ଘର ଭିତରେ ଭଙ୍ଗାରୁଜା କରୁଛନ୍ତି। ଏହାସହ ବାହାରେ ରଖାଯାଇଥିବା କାର୍ କାଚକୁ ମଧ୍ୟ ଭାଙ୍ଗି ଚୁର୍ମାର୍ କରିଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ଘର ଭିତରୁ ଘୋଷାଡ଼ି ଆଣି ତଳେ ପକାଇ ବାଡ଼ିରେ ପିଟି ଚାଲୁଛନ୍ତି।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ୍ ବୈଶାଳୀଙ୍କୁ ଖୋଜାଖୋଜି କରିଥିଲା। ୧ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ୍ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।