Advertisment

ସରିଲା ପାନ୍-ଅଧାର ଲିଙ୍କ୍‌ ଅବଧି; ଯଦି ଭୁଲି ଯାଇଛନ୍ତି, ତେବେ ନିଶ୍ଚୟ ଜାଣିରଖନ୍ତୁ...

ଯଦି ଆପଣଙ୍କ PAN କାର୍ଯ୍ୟକ୍ଷମ ହେଉନାହିଁ, ତେବେ ଆପଣଙ୍କ PAN ପାଇଁ ଏକ ଛୋଟିଆ କାମ କରିବାକୁ ପଡ଼ିବ । ୧୦୦୦ ଟଙ୍କା ଦେୟ ପରେ ଏହା ପୁନର୍ବାର ୩୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।

ଅଦ୍ୟତନ ହୋଇଛି
PAN-Aadhaar link

PAN-Aadhaar link

Advertisment

ଆପଣ PAN ସହ ଆଧାର ଲିଙ୍କ କରିନାହାନ୍ତି କି ? ଯଦି ଆପଣ ୨୦୨୩ ଜୁନ୍‌ ୩୦ ତାରିଖ ସୁଦ୍ଧା ଆପଣଙ୍କର PANକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ବିଲକୁଲ୍‌ ବି ଚିନ୍ତା କରନ୍ତୁନାହିଁ । କାରଣ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସମୟସୀମା ଶେଷ ହୋଇଛି ସତ, ହେଲେ ଆପଣ ଏହାକୁ ନେଇ ସେପରି କଛି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଉଛି ।

Advertisment

ଯଦି ଆପଣଙ୍କ PAN କାର୍ଯ୍ୟକ୍ଷମ ହେଉନାହିଁ, ତେବେ ଆପଣଙ୍କ PAN ପାଇଁ ଏକ ଛୋଟିଆ କାମ କରିବାକୁ ପଡ଼ିବ । ୧୦୦୦ ଟଙ୍କା ଦେୟ ପରେ ଏହା ପୁନର୍ବାର ୩୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।

ମାର୍ଚ୍ଚ ୨୦୨୩ରେ ସିବିଡିଟି ସର୍କୁଲାର ଅନୁଯାୟୀ, ୧୦୦୦ ଟଙ୍କା ଦେୟ ପରେ ଆପଣଙ୍କ PAN ୩୦ ଦିନରେ ପୁନର୍ବାର କାର୍ଯ୍ୟକ୍ଷମ ହେବ । ହେଲେ PAN କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ, କିଛି ନିୟମ ଆପଣଙ୍କ ପାଇଁ ରହିଛି । ଯେପରିକି,

Advertisment

୧. ଆପଣ ନିଷ୍କ୍ରିୟ PAN ବ୍ୟବହାର କରି ରିଟର୍ନ ଫାଇଲ୍ କରିବାକୁ ସମର୍ଥ ହେବେ ନାହିଁ ।

୨. ବିଚାରାଧୀନ ରିଫଣ୍ଡଗୁଡିକ କାର୍ଯ୍ୟକ୍ଷମ PAN ଜରିଆରେ ଦିଆଯାଇପାରିବ ନାହିଁ ।

୩. PAN କାର୍ଯ୍ୟକ୍ଷମ ନହେବା କାରଣରୁ ଅଧିକ ହାରରେ ଟିକସ ଭରିବାକୁ ପଡିବ ।

୪. PAN କାର୍ଯ୍ୟକ୍ଷମ ନହେବା ଫଳରେ ତ୍ରୁଟିପୂର୍ଣ୍ଣ ରିଟର୍ଣ୍ଣ ଗୁଡ଼ିକ ସମାପ୍ତ ହୋଇପାରିବ ନାହିଁ ।

Advertisment
Aadhaar PAN PAN-Aadhaar Link
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ