Advertisment

Google Maps Misled Driver: ପୁଣି ବାବଟଣା କଲା, ସମୁଦ୍ର ନେଇଗଲା ଗୁଗୁଲ୍ ମ୍ୟାପ୍

ପୁଣି ବାବଟଣା କଲା ଗୁଗୁଲ୍ ମ୍ୟାପ୍ । ଜଣେ ମହିଳାଙ୍କୁ ନେଇ ଯାଉଥିବା କାର୍ ଡ୍ରାଇଭର ଗୁଗୁଲ ମ୍ୟାପ୍ ଦେଖି ଗାଡ଼ି ଚଳାଉଥିବାବେଳେ ଏହା ଭୁଲ୍ ରାସ୍ତାରେ ଯାଇ ବ୍ରିଜରୁ ତଳକୁ ଖସିଛି।

author-image
Debadatta Aryashrestha
Misled by Google Maps

Misled by Google Maps

କେତେବେଳେ ବରଦାନ ତ ଆଉ କେତେବେଳେ ଅଭିଶାପ । ପୁଣି ବାବଟଣା କଲା ଗୁଗୁଲ୍ ମ୍ୟାପ୍ । ସମୁଦ୍ରକୁ ନେଇ ଗଲା ଗୁଗୁଲ୍ ମ୍ୟାପ୍। ଗୁଗୁଲ ମ୍ୟାପ୍ ଉପରେ ଭରସା କରି ଯାତ୍ରା ବେଳେବେଳେ କେତେ ବିପଜ୍ଜନକ ସାଜୁଛି, ତାର ପୁଣି ଏକ ଉଦାହରଣ ସାମ୍ନାକୁ ଆସିଛି ନଭି ମୁମ୍ବାଇର ବେଲାପୁର ଅଞ୍ଚଳରେ।

Advertisment

ସୂଚନା ଅନୁସାରେ ଜଣେ ମହିଳାଙ୍କୁ ନେଇ ଯାଉଥିବା କାର୍ ଡ୍ରାଇଭର ଗୁଗୁଲ ମ୍ୟାପ୍ ଦେଖି ଗାଡ଼ି ଚଳାଉଥିବାବେଳେ ଏହା ଭୁଲ୍ ରାସ୍ତାରେ ଯାଇ ବ୍ରିଜରୁ ତଳକୁ ଖସିଛି, ମହିଳା ଓ କାର ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଘଟଣା ଘଟିଛି ଗତକାଲି ରାତି ଗୋଟାଏ ସମୟରେ। ମହିଳା ଜଣକ କାରରେ ଗୁଗୁଲ ମ୍ୟାପ୍ ଦେଖି ବେଲାପୁର ବେଳଭୂମି ଉପରେ ଏକ ପୋଲ ଉପରେ ଯାଉଥିବାବେଳେ ହଠାତ୍ ସେଠୁ ଆଉ ରାସ୍ତା ନଥିଲା, ଫଳରେ ଗାଡ଼ିଟି ସିଧା ତଳକୁ ଖସି ପଡ଼ିଥିଲା। ମହିଳା ଜଣଙ୍କୁ ଉଦ୍ଧାର କରାଯିବା ସହ ପରେ ଗାଡ଼ିଟିକୁ ମଧ୍ୟ କ୍ରେନ ଲଗାଇ ଉଠାଯାଇଛି।

ପୂର୍ବରୁ ମଧ୍ୟ ଏକାଧିକ ସ୍ଥାନରେ ଗୁଗୁଲ୍ ମ୍ୟାପ୍ ଉପରେ ଭରସା କରି ଯାତ୍ରୀମାନେ ଅସୁବିଧା ଭୋଗିଛନ୍ତି। ଗତ ଜୁନ୍ ୯ ତାରିଖରେ ଉତ୍ତରପ୍ରଦେଶ ଗୋରଖପୁର ମହାରାଜାଗଞ୍ଜରେ ଗୁଗୁଲ ମ୍ୟାପର ଭୁଲ୍ ସୂଚନାରୁ ଘଟିଯାଇଥାନ୍ତା ବଡ଼ ଦୁର୍ଘଟଣା। ଅଧରାତିରେ ଏକ ନିର୍ମାଣାଧୀନ ଫ୍ଲାଇଓଭର ଉପରେ ଚଢାଇଦେଇଥିଲା ଗୁଗୁଲ୍ ମ୍ୟାପ୍। ସୌଭାଗ୍ୟବଶତଃ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ଗତବର୍ଷ କଟକର ୫ ଜଣ ସାଙ୍ଗ ସପ୍ତଶଯ୍ୟା ବୁଲିବାକୁ ଯାଇଥିବାବେଳେ ଗୁଗୁଲ ମ୍ୟାପକୁ ଭରସା କରି ଜଙ୍ଗଲରେ ହଜିଯାଇଥିଲେ। ରାତିଏ ଜଙ୍ଗଲରେ ବିତାଇବା ପରେ ସେମାନଙ୍କୁ ଉଦ୍ଧାର କରିଥିଲା ପ୍ରଶାସନ। ୨୦୨୩ ମସିହାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ବାଟ ହୁଡ଼ାଇ ଦେଇଥିଲା ଗୁଗୁଲ୍ ମ୍ୟାପ୍। ଫ୍ରାନ୍ସର ଜଣେ ବ୍ୟକ୍ତିଙ୍କୁ କୋଲକାତା ବଦଳରେ ସୋରରେ ଆଣି ପହଞ୍ଚାଇଦେଇଥିଲା। ସେହିଭଳି ବ୍ରହ୍ମପୁରରୁ ରାୟପୁର ଯାଉଥିବା ଏକ ଟ୍ରକ କନ୍ଧମାଳ ଜିଲ୍ଲାର ଗାଜଲବାଡ଼ି ଘାଟିରେ ଫସିରହିଥଲା। 

Advertisment
Mumbai GPS Accident Google Maps
Advertisment
Advertisment