Patanjali
ବଢ଼ିଲା ବାବା ରାମଦେବଙ୍କ ଅଡ଼ୁଆ। ଯୋଗଗୁରୁ ବାବା ରାମଦେବଙ୍କ ଦ୍ୱାରା ପରିଚାଳିତ ପତଞ୍ଜଳି କମ୍ପାନୀକୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଔଷଧୀୟ କମ୍ପାନୀର ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କିଛି ନିର୍ଦ୍ଦିଷ୍ଟ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବ ବୋଲି ପତଞ୍ଜଳି ବିଜ୍ଞାପନକୁ ନେଇ କୋର୍ଟ ଅସନ୍ତୋଷ ହୋଇଛନ୍ତି । ଏଭଳି ବିଜ୍ଞାପନକୁ ନ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରିଣ୍ଟ ମିଡିଆରେ ମଧ୍ୟ କୌଣସି ବିଜ୍ଞାପନ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି
ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାଲାର ଶୁଣାଣି କରିଛନ୍ତି। ବିଜ୍ଞାପନରେ ପ୍ରକାଶ ପାଇଥିବା ଫଟୋ ଆଧାରରେ ପତଞ୍ଜଳିକୁ ନୋଟିସ୍ ଜାରି କରାଯାଇଛି। ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶକୁ ପତଞ୍ଜଳି ଉଲ୍ଲଘଂନ କରିଛି। ୨୧ ନଭେମ୍ବର ୨୦୨୩ରେ ଦେଇଥିବା ପ୍ରତିଶ୍ରୁତିକୁ ପତଞ୍ଜଳି ରଖିନି ବୋଲି କୋର୍ଟ କହିଛନ୍ତି।
ଏହାପୂର୍ବରୁ ୨୯ ନଭେମ୍ବର ୨୦୨୩ରେ ମଧ୍ୟ ପତଞ୍ଜଳିର ଆୟୁର୍ବେଦ ବିଜ୍ଞାପନ ତଥା ଏହାର ମାଲିକ ବାବା ରାମଦେବଙ୍କ ବିବୃତ୍ତିକୁ ବିରୋଧ କରି ଭାରତୀୟ ମେଡିକାଲ୍ ଆସୋସିଏସନ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଏଲୋପାଥି ବିରୋଧରେ ବିଜ୍ଞାପନ ପ୍ରକାଶ କରିଥିବା ନେଇ ତାଙ୍କୁ ଭତ୍ସନା କରିଥିଲେ। ଭବିଷ୍ୟତରେ ଏଭଳି ବୟାନ ଓ ବିଜ୍ଞାପନରୁ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତା ସତ୍ତ୍ୱେ ଏଭଳି ବିଜ୍ଞାପନକୁ କାହିଁକି ପ୍ରଚାର ପ୍ରସାର କରାଯାଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ କାହିଁକି ଅବମାନନା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରମିକୋର୍ଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Patanjali_1709046292.jpg)