• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପରିବା ଦୋକାନ ଉଚ୍ଛେଦ ପରେ ମନ୍ତ୍ରୀଙ୍କ ଉପରେ ମହିଳାଙ୍କ ରାଗ

  • ମହିଳାଙ୍କ ହାତ ଧରି ନିଜ ଗାଲରେ ଚାପୁଡ଼ା ମାରିଲେ ଲୋକ ପ୍ରତିନିଧି

ମନ୍ତ୍ରୀଙ୍କ ଭିନ୍ନ ରୂପ ଦେଖି ହତବାକ୍ ଲୋକେ । ବିସ୍ଥାପିତ ହୋଇଥିବା ପରିବା ମାର୍କେଟ ଅନୁଧ୍ୟାନ କରିବାକୁ ଯାଇଥିବା ସମୟରେ ବୃଦ୍ଧ ମହିଳାଙ୍କ ଗୋଡ଼ ତଳେ ପଡ଼ିଗଲେ ମନ୍ତ୍ରୀ । ମଧ୍ୟପ୍ରଦେଶର ଗ୍ୱାଲିୟରର ଏହି ଭିଡିଓ ଭାଇରାଲ ହେଉଛି । ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ପରିବା ବିକ୍ରେତା ବୀଣା ବାଇଙ୍କ ସହ କଥା ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି । କଥା ହେବା ସମୟରେ ମା ପ୍ରଥମେ ମୋତେ ଚାପୁଡ଼ା ମାର, ତାପରେ କଥା ଶୁଣିବି ବୋଲି କହୁଛନ୍ତି । ମୁଁ ତୋ ପୁଅ ପରି ମା’, ପ୍ରଥମେ ମୋତେ ତୁ ମାର୍ ! ଏହା ପରେ କାଳବିଳମ୍ବ ନକରି ମନ୍ତ୍ରୀ ନିଜେ ବୃଦ୍ଧ ମହିଳାଙ୍କ ଦୁଇ ହାତ ଧରି ନିଜ ଗାଲରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳୁଛି । ତେବେ ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ମନ୍ତ୍ରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ହାତ ଛଡ଼ାଇନେଇଥିଲେ ଓ ବୃଦ୍ଧ ମହିଳାଙ୍କୁ ମାଡ଼ ମାରିବା ପାଇଁ କହିଥିଲେ ।

ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ଘଟଣା ଦିନ ଗ୍ୱାଲିୟରର ହଜିରା ପରିବା ବଜାରର ସ୍ଥିତି ସମ୍ପର୍କରେ ଖବର ନେବାକୁ ପହଞ୍ଚିଥିଲେ । ହେଲେ ବଜାରରେ ଥିବା ପରିବା ଦୋକାନୀ ଏକାଠି ହୋଇ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଓ ତାଙ୍କ ଗସ୍ତକୁ ବିରୋଧ କରିଥିଲେ । ବିରୋଧ କରୁଥିବା ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଥିଲେ ମହିଳା ପରିବା ବିକ୍ରେତା । ସେମାନଙ୍କ ଦୋକାନକୁ ହଟାଇ ଦେଇଥିଲା ପ୍ରଶାସନ । ଫଳରେ ରାଗରେ ଜଡ଼ସଡ଼ ହୋଇ ମନ୍ତ୍ରୀଙ୍କ ଗସ୍ତକୁ ଅପେକ୍ଷା କରିଥିଲେ ଲୋକେ । କିଛି ଲୋକ ଅସନ୍ତୋଷ ପ୍ରକାଶ କରିଥିବା ବେଳେ କିଛି ନିଜର ଦୁଃଖ ‍ବଖାଣିଥିଲେ ।

ଏହି କ୍ରମରେ ମନ୍ତ୍ରୀଙ୍କୁ ସାମ୍ନାରେ ପାଇ ନିଜ ଦୁଃଖ ବଖାଣିଥିଲେ ଜଣେ ବୃଦ୍ଧ ମହିଳା ଦୋକାନୀ । ବିଧବା ମହିଳା ଜଣକ ଏକ ଭଡା ଘରେ ରହୁଥିବା ବେଳେ ନିଜର କେହି ନାହାନ୍ତି ବୋଲି କହିଥିଲେ । ପେଟ ଚାଖଣ୍ଡକ ପାଇଁ ସେ ହଜିରା ବଜାରରେ ପରିବା ବିକ୍ରି କରନ୍ତି । ହେଲେ ପ୍ରଶାସନ ଶହ ଶହ ଗରିବ ଏବଂ ଉଠାଦୋକାନୀଙ୍କୁ ହଟାଇ ଦେଇଛି । ଏବେ ଆମେ କୁଆଡ଼େ ଯିବୁ କହି ସେ ମନ୍ତ୍ରୀଙ୍କ ସାମ୍ନାରେ କାନ୍ଦିବାରେ ଲାଗିଥିଲେ । ଏହା ଦେଖି ମନ୍ତ୍ରୀ ଜଣକ ମହିଳାଙ୍କ ହାତକୁ ଧରି, ମୋତେ ପ୍ରଥମେ ନିଜ ପୁଅ ଭାବି ମାଡ଼ ମାର୍ ବୋଲି କହିଥିଲେ । କେବଳ ଏତିକି ନୁହେଁ ମହିଳାଙ୍କ ହାତରେ ନିଜ ଗାଲରେ ଚାପୁଡ଼ା ମଧ୍ୟ ବସାଇଥିଲେ ।

ହଜିରା ପରିବା ବଜାରକୁ ଇଟକ୍‌ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା ।

ଗ୍ୱାଲିୟରର ହଜିରା ପରିବା ବଜାରକୁ କିଛି ଦିନ ପୂର୍ବେ ହଟାଇ ଦେଇଛି ପ୍ରଶାସନ । ହଜିରା ପରିବା ବଜାରକୁ ଇଟକ୍‌ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାରମ୍ବାର ବିରୋଧ ହେବା ପରେ ଅସନ୍ତୁଷ୍ଟ ଲୋକଙ୍କୁ ମନେଇବା ପାଇଁ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ସେହି ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି ।