Advertisment

ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଏସଏନଏଲ 4G ସିମ୍

କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଫୋର ଜି ନେଟଓ୍ୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି।

BSNL 4g

BSNL 4g

Advertisment

ନୂଆଦିଲ୍ଲୀ: ସ୍ୱଦେଶୀ 4G ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଲର ଫୋର ଜି ନେଟଓ୍ୱର୍କରେ ପ୍ରଥମ ଥର କଥା ହେଲେ କେନ୍ଦ୍ର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ରମନ୍ତ୍ରୀ ଆଜି ବିଏସଏନଏଲ ଫୋର ଜି ସେବା ନେଟଓ୍ୱର୍କରେ କଥା ହୋଇ ଖୁସି ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହେଉଥିବା କହିଛନ୍ତି। 

Advertisment

କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଫୋର ଜି ନେଟଓ୍ୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି। ତେବେ ବିଏସଏନଲ ଫୋର ଜିର ପ୍ରଚାର ପ୍ରସାର ଲାଗି ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଫୋର ଜି ସିମ୍ ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛି।

Advertisment

ବିଏସଏନଏଲ୍ ସହ ମିଶି ଟିସିଏସ୍ ସ୍ୱଦେଶୀ ଭାବେ ବିକଶିତ ହୋଇଥିବା ଇନଫ୍ରା ଓ ରେଡିଓ ଉପକରଣ ସହ 4G ନେଟୱର୍କର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଚଣ୍ଡିଗଡ଼ରେ ହୋଇଛି। ଏହି 4G ଉପକରଣକୁ ଟିସିଏସ୍ ଓ C-DoT ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି ପରୀକ୍ଷଣ ପାଇଁ ଟିସିଏସ୍ ଚଣ୍ଡିଗଡ଼ର ୫ଟି ଅଞ୍ଚଳରେ 4G ରେଡିଓ ଉପକରଣ ଲଗାଇଛି।

ଆଗାମୀ 5ଜି ଟେକନିକ୍ 4G ତୁଳନାରେ ୧୦ଗୁଣା ଅଧିକ ଡାଉନଲୋଡ୍ ସ୍ପୀଡରେ ଚାଲିବ। ଏହାସହ ସ୍ପେକ୍ଟ୍ରମରୁ ତିନି ଗୁଣା ଅଧିକ ଦକ୍ଷ ହେବ ବୋଲି ଟେଲିକମ୍ ସଚିବ କହିଛନ୍ତି।

Advertisment
BSNL 4G Service BSNL Sim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ