minister
ଅଡୁଆରେ ପଡିଗଲେ ଅଫିସର । ମନ୍ତ୍ରୀଙ୍କୁ ଦେଇଥିଲେ ଭୁଲ୍ ତଥ୍ୟ । ସନ୍ଦେହ କଲେ ମନ୍ତ୍ରୀ । ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ନିଜେ ମନ୍ତ୍ରୀ ଆସି ଜାଣିବାକୁ ଚାହିଁଲେ ଗ୍ରାଉଣ୍ଡର ସ୍ଥିତି । ମନ୍ତ୍ରାଳୟରେ ଅନ୍ୟ ଜଣଙ୍କ ନାଁରେ ଦାଦର ଯିବାକୁ ବୁକ୍ କଲେ ରାପିଡୋ ବାଇକ୍ ଟ୍ୟାକ୍ସି ।
ଏହି ମନ୍ତ୍ରୀ ଜଣକ ହେଉଛନ୍ତି ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ । ସେ ବାଇକ୍ ଟ୍ୟାକ୍ସି ବୁକ୍ କରିବା ପରେ ଗୋଟିଏ ବାଇକ ଟ୍ୟାକ୍ସି ଆସି ପହଞ୍ଚିଗଲା । ଏହି ବାଇକଟି ବେଇଆନ ଭାବେ ଚଳାଚଳ କରୁଥିଲା । ଏହି ବାଇକ୍ ଚାଳକଙ୍କର ଅଥରାଇଜେସନ ନଥିଲା । ଅର୍ଥାତ ତାହା ସରକାରଙ୍କ ଦ୍ୱାରା ସ୍ୱୀକୃତପ୍ରାପ୍ତ ନଥିଲା । ମହାରାଷ୍ଟ୍ର ସରକାର ନିକଟରେ ଇ-ବାଇକ୍ ପଲିସୀ ଘୋଷଣା କରିଛନ୍ତି । ଏଥିରେ କୁହାଯାଇଛି, ଯେଉଁ ଇ-ବାଇକ୍ ଗୁଡିକ ନିର୍ଦ୍ଦିଷ୍ଟ କେତେକ ନିୟମ ପାଳନ କରୁଥିବେ, କେବଳ ସେହିମାନଙ୍କୁ ଏହି ସେବା ପାଇଁ ଅନୁମତି ଦିଆଯିବ ।
କୌଣସି ବେଆଇନ ବାଇକ୍ ଟ୍ୟାକ୍ସି ମୁମ୍ୱାଇ ସହରରେ ଅପରେଟ୍ କରୁନାହିଁ ବୋଲି ବିଭାଗୀୟ ଅଫିସରମାନେ କହି ଆସୁଥିଲେ । କିନ୍ତୁ ମନ୍ତ୍ରୀ ନିଜେ ଜାଣିବାକୁ ଚାହିଁଲେ ଏଭଳି କଥାର ବାସ୍ତବତା । ମନ୍ତ୍ରୀ ବୁକ୍ କରିବାର ୧୦ ମିନିଟ୍ ଭିତରେ ସହିଦ ଗେନୁ ଛକରେ ଥିବା ମନ୍ତ୍ରାଳୟରେ ପହଞ୍ଚି ଯାଇଥିଲା ବାଇକ୍ ଟ୍ୟାକ୍ସି ।
ମନ୍ତ୍ରୀଙ୍କୁ ଦେଖି ହଡବଡେଇ ଗଲା ଡ୍ରାଇଭର୍ । ମନ୍ତ୍ରୀ ସେହି ଡ୍ରାଇଭରଙ୍କୁ ୫୦୦ ଟଙ୍କା ଦେଲେ । କିନ୍ତୁ ସେ ନେଲା ନାହିଁ । ମନ୍ତ୍ରୀ କହିଲେ, ତୋର କିଛି ହେବନି । ସବୁ ସତକଥା କହ, କେମିତି କରୁଛ ଅପରେଟ୍ । ଏହା ପଛରେ ଥିବା ବଡ଼ ବଡ଼ ଲୋକଙ୍କୁ ଧରାଯିବ । ଜଣେ ଗରିବ ଅଭାବୀ ଲୋକ ନାଁରେ କେସ୍ କରି ଲାଭ କ’ଣ । ଆମର ଲକ୍ଷ୍ୟ ହେଉଛି କୌଣସି ବି ବାଇକ୍ ଟ୍ୟାକ୍ସି ବେଆଇନ ଭାବେ ଚଳାଚଳ ନକରୁ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ସମସ୍ତଙ୍କ ମାନିବାକୁ ପଡିବ । ଯିଏ ଉଲ୍ଲଂଘନ କରିବ, ଦଣ୍ଡିତ ହେବ ବୋଲି କହିଥିଲେ ମନ୍ତ୍ରୀ ।
ଡ୍ରାଇଭର ଜଣକ ସବୁ କଥା ଗୋଟି ଗୋଟି କରି ମନ୍ତ୍ରୀଙ୍କୁ କହିଦେଲା । ପ୍ରାୟ କେତେ ଗାଡି ଓ କେମିତି ବେଆଇନ ଭାବେ ଅପରେଟ୍ କରୁଛନ୍ତି ବୋଲି ପଚାରିଥିଲେ ମନ୍ତ୍ରୀ । ଡ୍ରାଇଭର ଠାରୁ ସବୁ ଶୁଣିବା ପରେ ମନ୍ତ୍ରୀ ବୁଝିଗଲେ, ଚାଲିଛି କ’ ଣ । ମନ୍ତ୍ରୀଙ୍କୁ ମିଛ କହିଥିବା ଅଫିସରଙ୍କ ମୁହଁ ପୋଡିଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/minister_1751532465.jpg)