Advertisment

Mini Kejriwal: ଆପ୍‌କୁ ସମର୍ଥନ ପାଇଁ ପହଞ୍ଚିଲେ ‘ମିନି କେଜରିୱାଲ୍’; ଲୋକେ କହିଲେ...

କେଜ୍ରିୱାଲଙ୍କ ପରି ଦେଖାଯିବା ପାଇଁ ଚଷମା ଓ ନିଶ ବି ରଖିଛନ୍ତି। ଅଭ୍ୟାନଙ୍କ ବାପା ରାହୁଲ ତୋମାର କହିଛନ୍ତି ଯେ ଆମେ ରେଜଲ୍ଟ ଦିନରେ ଏଠାକୁ ଆସିଥାଉ। ତେବେ ଆପ୍‌ ଅଭ୍ୟାନଙ୍କ ନାଁ 'ବେବି ମଫଲର୍ ମ୍ୟାନ୍' ରଖିଛି।

ଅଦ୍ୟତନ ହୋଇଛି
Mini Kejriwal:

Mini Kejriwal:

Advertisment

ଦିଲ୍ଲୀରେ ଚାଲିଛି ଭୋଟ୍ ଗଣତି। କିଏ ଜିତିବ, କିଏ ମାରିବ ବାଜି ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଦିଲ୍ଲୀର ଦିଲ୍‌ରେ କିଏ ରାଜ୍ କରିବ ତାହା ଫଳାଫଳ ହିଁ କହିବ। ହେଲେ ଏହାରି ଭିତରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ କୁନି ପିଲା। 'ମିନି ଅରବିନ୍ଦ କେଜ୍ରିୱାଲ' ବେଶରେ ବୁଲି ସେ AAPକୁ ସମର୍ଥନ ଜଣାଇଛନ୍ତି। ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଯୁବ ସମର୍ଥକ ଅଭ୍ୟାନ ତୋମାରଙ୍କ ଏହି ଲୁକ୍ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି।

Advertisment

ଅଭ୍ୟାନ ଧଳା ଏବଂ ସବୁଜ ପଫ୍ ଜ୍ୟାକେଟ୍ ସହିତ ନୀଳ ସ୍ୱେଟର୍ ପିନ୍ଧିଥିବା ନଜର ଆସିଛିନ୍ତି। ଏଥର ଶୀତ ସମୟରେ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ୍ ଏପରି ଗେଟଅପ୍‌ରେ ଥିଲେ। କେଜ୍ରିୱାଲଙ୍କ ପରି ଦେଖାଯିବା ପାଇଁ ଚଷମା ଓ ନିଶ ବି ରଖିଛନ୍ତି। ଅଭ୍ୟାନଙ୍କ ବାପା ରାହୁଲ ତୋମାର କହିଛନ୍ତି ଯେ ଆମେ ରେଜଲ୍ଟ ଦିନରେ ଏଠାକୁ ଆସିଥାଉ। ତେବେ ଆପ୍‌ ଅଭ୍ୟାନଙ୍କ ନାଁ 'ବେବି ମଫଲର୍ ମ୍ୟାନ୍' ରଖିଛି।

Advertisment
baby mufler manଆପ୍‌କୁ ସମର୍ଥନ ଜଣାଇ ତାଳି ମାରୁଛନ୍ତି ଅଭ୍ୟାନ୍

ଅଭ୍ୟାନ କେଜରିୱାଲଙ୍କ ପରି ବେଶ ହେବା ପ୍ରଥମ ଥର ନୁହେଁ। ସେ ଆପ୍‌ର କୁନି ସମର୍ଥକ। ପୂର୍ବରୁ ୨୦୨୨ରେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ବେଳେ ସେ ଏକ ଲାଲ ସ୍ୱେଟର୍ ପିନ୍ଧିଥିଲେ। ଏଥିସହ କେଜରିୱାଲଙ୍କ ପରି ନିଶ ରଖି ମୁଣ୍ଡରେ ଏକ ମଫଲର୍ ସହ AAPର ଟୋପି ପିନ୍ଧିଥିଲେ । ସେତେବେଳେ ମଧ୍ୟ ତାଙ୍କର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଆପ୍‌କୁ ସମର୍ଥନ କରୁଥିବା ଦେଥିବାକୁ ମିଳିଥିଲା।

APP୨୦୨୨ରେ କେଜରିୱାଲଙ୍କ ବେଶରେ ଅଭ୍ୟାନ୍

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଜଣାପଡିଯିବ ।  ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ନିଜର ଦୁର୍ଗ ବଜାୟ ରଖିବାରେ ଅସମର୍ଥ ହୋଇପାରେ । ଆଜି ଚାଲିଥିବା ଭୋଟ ଗଣତିରୁ ଏହା ଜଣାପଡିଛି । ଆପ୍ ୨୮ଟି ଆସନରେ ଆଗୁଆ ରହିଛି ।  ଏଥର ଚତୁର୍ଥ ଥର ଆପ୍ କ୍ଷମତାକୁ ଆସିବାର ଆଶା ପ୍ରାୟତଃ ମଉଳିଗଲାଣି । କାହିଁକି  ନା ଭାରତୀୟ ଜନତା ପାର୍ଟି ପ୍ରାୟ ତିନି ଦଶନ୍ଧି ପରେ ଜାତୀୟ ରାଜଧାନୀରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ବିଜେପି ଏବେ ୪୨ଟି ଆସନରେ ଆଗୁଆ ରହିଛି ।  ୭୦ଟି ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ସକାଳ ୮ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି। ୨୦୧୫ରୁ ଦିଲ୍ଲୀରେ କ୍ଷମତାରେ ଥିବା AAP ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି। ଏକଜିଟ୍ ପୋଲ୍ ବିଜେପି ବିଜୟୀ ନେଇ ଆକଳନ କରିଛି। ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନୁଯାୟୀ, ଦିଲ୍ଲୀର ୭୦ ଟି ସିଟ୍ ମଧ୍ୟରୁ ବିଜେପି ଅତି କମରେ ୪୫ ରୁ ୫୫ଟି ସିଟ୍‌ରେ ଜିତିବା ନେଇ କୁହାଯାଇଛି। ଗତ ଦୁଇଟି ନିର୍ବାଚନରେ ​​ଖାତା ଖୋଲିନଥିବା କଂଗ୍ରେସ ଏଥର ଗୋଟିଏ ବି ଆସନରେ ଆଗୁଆ ନାହିଁ । ତେବେ ଆପ୍ ଜିତିବା ଆଶାରେ ଅଭ୍ୟାନ କେଜରିୱାଲଙ୍କ ବେଶ ଧାରଣ କରିଥିଲେ । 

Advertisment
Arvind Kejriwal AAP Delhi Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ