Advertisment

Milkman spitting into milk: କ୍ଷୀରରେ ଛେପ ପକାଇ ବିକୁଥିଲେ, ସିସିଟିଭିରେ ଧରାପଡ଼ିଲା ସତ

କ୍ଷୀରରେ ଛେପ ପକାଇ ଘରକୁ ଘର ଯାଇ ବିକୁଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଅଭିଯୁକ୍ତ ମହମ୍ମଦ ଶରିଫକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅଦ୍ୟତନ ହୋଇଛି
Milkman detained

Milkman detained

Advertisment

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଖବର । କ୍ଷୀର ବିକୁଥିବା ଜଣେ ଲୋକ ସେହି କ୍ଷୀରରେ ଛେପ ପକାଇ ବିକ୍ରି କରୁଥିଲା । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଭିଡିଓ ଭାଇରାଲ ପରେ ସମ୍ପୃକ୍ତ କ୍ଷୀର ବିକାଳୀ ଉପରେ ଆକ୍ସନ ନେଇଛି ପୋଲିସ । ଅଭିଯୁକ୍ତ ମହମ୍ମଦ ଶରିଫକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

Advertisment

ଥାନା ଅଧିକାରୀ ବ୍ରିଜେଶ ତିୱାରୀ କହିଛନ୍ତି, "ଆମେ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା ଚଳାଇଛୁ ।" ଦୁଗ୍ଧ ବ୍ୟବସାୟୀଙ୍କ ଏପରି ଛେପ ପକାଇବା ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ବି ଖାଦ୍ୟ ପାନୀୟରେ ଏପରି ଖରାପ ଜିନିଷ ମିଶାଇ ଅପରିଷ୍କାର କରିବା ଘଟଣାର ନଜିର ରହିଛି । ଗତ ବର୍ଷ ମଧ୍ୟ ଉତ୍ତରପ୍ରଦେଶର ଶାହରନପୁରରେ ଜଣ ଯୁବକ ରୁଟିରେ ଛେପ ପକାଇବା ଭିଡିଓ ଭାଇରାଲ ହୋଇଥିଲା । 

ଖାଲି ସେତିକି ନୁହେଁ, ଗାଜିଆବାଦରେ ଜଣେ ଜୁସ୍‌ ଦୋକାନୀ ପରିସ୍ରା ମିଶାଇ ଜୁସ୍‌ ବିକୁଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ସମସ୍ତ ଖାଦ୍ୟ ସାମଗ୍ରୀ ଦୋକାନରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାସହ ଖାଦ୍ୟ ପ୍ରସ୍ତୁତ କରୁଥିବା ବା ପରସୁଥିବା କର୍ମଚାରୀ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

Advertisment

ଅଧିକ ପଢନ୍ତୁ: ରୁଟିରେ ଛେପ ଲଗାଇ ଲୋକଙ୍କୁ ପରଷି ଦେଉଥିଲା ରୋଷେୟା : ଭିଡିଓ ଭାଇରାଲ୍ ହେବା ପରେ ବାନ୍ଧିଲା ପୋଲିସ୍

CCTV Uttar Pradesh Viral Video Milk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ