Advertisment

War Preparations in India: ଆରମ୍ଭ ହେଲା କି ଯୁଦ୍ଧ ପାଇଁ ବଡ଼ ତୟାରୀ, ମେ’ ୭ରେ ମକ୍ ଡ୍ରିଲ୍ ପାଇଁ MHAର ନିର୍ଦ୍ଦେଶ

MHA ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ ଏୟାର୍ ରେଡ୍ ୱାର୍ଣ୍ଣିଂ ସାଇରନ୍ କାର୍ଯ୍ୟକ୍ଷମ କରାଯିବାକୁ କୁହାଯାଇଛି । ଆକାଶରୁ ହମଲା ହେଲେ ସାଇରନ୍ ବାଜିବାର ପୂର୍ବାଭ୍ୟାସ କରାଯିବ ।

ଅଦ୍ୟତନ ହୋଇଛି
ଅଧିକାଂଶ ରାଜ୍ୟକୁ ମକ୍‌ଡ୍ରିଲ୍‌ ନିର୍ଦ୍ଦେଶ

ଅଧିକାଂଶ ରାଜ୍ୟକୁ ମକ୍‌ଡ୍ରିଲ୍‌ ନିର୍ଦ୍ଦେଶ

Advertisment

ଆରମ୍ଭ ହେଲା କି ଯୁଦ୍ଧ ପାଇଁ ବଡ଼ ତୟାରୀ । ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଦେଶର ଅଧିକାଂଶ ରାଜ୍ୟକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ବଡ଼ ନିର୍ଦ୍ଦେଶ ଦିଆଯାଇଛି । ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ ପାଇଁ ଅଧିକାଂଶ ରାଜ୍ୟକୁ MHA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମେ ୭ରେ ମକ୍ ଡ୍ରିଲ୍ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

Advertisment

MHA ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ ଏୟାର୍ ରେଡ୍ ୱାର୍ଣ୍ଣିଂ ସାଇରନ୍ କାର୍ଯ୍ୟକ୍ଷମ କରାଯିବାକୁ କୁହାଯାଇଛି । ଆକାଶରୁ ହମଲା ହେଲେ ସାଇରନ୍ ବାଜିବାର ପୂର୍ବାଭ୍ୟାସ କରାଯିବ । ସେହିପରି ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଚାନକ ଆକ୍ରମଣ ହେଲେ କିଭଳି ନିଜକୁ ରକ୍ଷା କରିବେ, ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ଏହାର ଅଭ୍ୟାସ କରିବେ ।

ଅଧିକ ପଢ଼ନ୍ତୁ: ପାକିସ୍ତାନର ୯୦ ହଜାର ସୈନିକଙ୍କୁ ଆଣ୍ଠେଇ ଦେଇଥିବା ଜଣେ ପରାକ୍ରମୀ ଭାରତୀୟଙ୍କ କାହାଣୀ

Advertisment

ସେହିପରି କ୍ରାଶ୍ ବ୍ଲାକ୍ ଆଉଟ୍ ବା ଅଚାନକ୍ ବିଦ୍ୟୁତ ବିଭ୍ରାଟ ପାଇଁ ପ୍ରସ୍ତୁତି କରିବାକୁ କୁହାଯାଉଛି । ଗୁରୁତ୍ବପୂର୍ଣ୍ଣ କାରଖାନା ଓ ଭିତ୍ତିଭୂମିର କାମଫ୍ଲଜ୍ କରାଯିବ । ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିକୁ କିଭଳି ଲୁଚାଇ ହେବ ବ୍ୟବସ୍ଥା ହେବ । ଇଭାକୁଏସନ୍ ପ୍ଲାନ୍ ବା ଉଦ୍ଧାର ପ୍ରକ୍ରିୟାର ରିହର୍ସାଲ୍ କରାଯିବ ବୋଲି MHA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

India MHA India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ