Advertisment

‘ଗଣତନ୍ତ୍ରର ସବୁଠୁ ବଡ଼ ପର୍ବରେ ସାମିଲ ହୁଅନ୍ତୁ, ଦେଶ ପାଇଁ ପ୍ରଥମ ଭୋଟ୍‌ ଦିଅନ୍ତୁ’

ଏହି ଥିମ୍‌ ସଙ୍ଗକୁ ଆଜି କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ପୋଷ୍ଟ କରିବା ସହ କହିଛନ୍ତି ଯେ, ଲୋକମାନେ ନିଜେ ଭୋଟ୍‌ ଦେବା ସହ ଯୁବକମାନଙ୍କୁ ଭୋଟ୍‌ ଦେବାକୁ ପ୍ରୋତ୍ସାହିତ କରିବା ଉଚିତ୍‌।

ଅଦ୍ୟତନ ହୋଇଛି
Mera Pehla Vote Desh Ki Liye

Mera Pehla Vote Desh Ki Liye

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନୂଆ ଭୋଟରଙ୍କୁ ଭୋଟ୍‌ ଦେବାକୁ ଆହ୍ୱାନ ଦେଇଛନ୍ତି। ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନରେ ଯୁବ ଭୋଟର ବହୁ ସଂଖ୍ୟାରେ ଭୋଟ୍‌ ଦେବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ପରେ ଏବେ ନିର୍ବାଚନ ଆୟୋଗ ଯୁବ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ‘ମେରା ପେହେଲା ଭୋଟ୍‌ ଦେଶ୍‌ କେ ଲିୟେ’ ଶୀର୍ଷକ ଏକ ଥିମ୍‌ ସଙ୍ଗ୍‌ ରିଲିଜ୍‌ କରିଛନ୍ତି।

Advertisment

ଏହି ଥିମ୍‌ ସଙ୍ଗକୁ ଆଜି କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ପୋଷ୍ଟ କରିବା ସହ କହିଛନ୍ତି ଯେ, ଲୋକମାନେ ନିଜେ ଭୋଟ୍‌ ଦେବା ସହ ଯୁବକମାନଙ୍କ ଭୋଟ୍‌ ଦେବାକୁ ପ୍ରୋତ୍ସାହିତ କରିବା ଉଚିତ୍‌। ସେ ଲେଖିଛନ୍ତି,'ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ହୋଇଥିବା ‘ମନ୍‌ କି ବାତ୍’ରେ ଯୁବ ଭୋଟରଙ୍କୁ ଭୋଟ୍‌ ଦେବାକୁ ଆହ୍ୱାନ କରିଥିଲେ। ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ପାଇଁ ଦେଶ ଏବେ ପ୍ରସ୍ତୁତ ହେଉଥିବାରୁ ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ‘ମେରା ପେହେଲା ଭୋଟ୍‌ ଦେଶ୍‌ କେ ଲିୟେ’ ଅଭିଯାନରେ ସାମିଲ ହୁଅନ୍ତୁ ଏବଂ ଯୁବ ଭୋଟରମାନଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିବାକୁ ଉତ୍ସାହିତ କରନ୍ତୁ’।

Advertisment

ଏହି ଗୀତଟି ସୋସିଆଲ ମିଡିଆରେ ସେୟାର କରିବା ସହ ଅନୁରାଗ ଠାକୁର ଲେଖିଥିଲେ ଯେ 'ମେରା ପେହେଲା ଭୋଟ୍ ଦେଶ କେ ଲିୟେ' ଗୀତ ଶୁଣନ୍ତୁ ଏବଂ ଏହାକୁ ସମସ୍ତଙ୍କ ସହ ସେୟାର କରନ୍ତୁ। ଚାଲନ୍ତୁ ଏହି ଅଭିଯାନକୁ ଆମର ନିଜ ଉପାୟ ଏବଂ ଶୈଳୀରେ ଆଗକୁ ନେବା’।

Election Commission PM Narendra Modi Anurag Thakur General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ