Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିନର୍‌ରେ ରହିଛି ଏହିସବୁ ଖାଦ୍ୟ, ସାମ୍ନାକୁ ଆସିଲା ମେନ୍ୟୁ...

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହ୍ୱାଇଟ୍‌ ହାଉସ୍‌ରେ ଆୟୋଜିତ ଡିନର୍‌ରେ ଯୋଗ ହେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ ଏହି ଡିନର୍‌ ପାର୍ଟି ହୋଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି।

ଅଦ୍ୟତନ ହୋଇଛି
Modi US Visit

Menu for PM Modi US State dinner

Advertisment

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହ୍ୱାଇଟ୍‌ ହାଉସ୍‌ରେ ଆୟୋଜିତ ଡିନର୍‌ରେ ଯୋଗ ହେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ ଏହି ଡିନର୍‌ ପାର୍ଟି ହୋଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟେଟ୍‌ ଡିନର୍‌ ପୂର୍ବରୁ ହ୍ୱାଇଟ୍‌ ହାଉସ୍‌ରେ ପରଷା ହେବାକୁ ଥିବା ଖାଦ୍ୟ ସବୁ ମିଡିଆ ପ୍ରିଭ୍ୟୁରେ ପ୍ରଦର୍ଶନ କରାଯାଇଥିଲା। ମେନ୍ୟୁରେ ବିଭିନ୍ନ ବ୍ୟଞ୍ଜନ ବ୍ୟତୀତ ମ୍ୟାରିନେଟେଡ୍‌ ମିଲେଟ୍‌(ମାଣ୍ଡିଆ), ଗ୍ରୀଲ୍ଡ କର୍ଣ୍ଣ କର୍ଣ୍ଣେଲ ସାଲାଡ୍‌ ଇତ୍ୟାଦି ସାମିଲ। 

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଆୟୋଜିତ ଡିନର୍‌ ଲାଗି ବିଶେଷ ଆୟୋଜନ କରାଯାଇଛି। ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ ଡିନର୍‌ର ବିଶେଷତ୍ୱ ସହ ଭିନ୍ନ ଭିନ୍ନ ବ୍ୟଞ୍ଜନ ସମ୍ପର୍କରେ କହିଥିଲେ। ଏହି ଡିନର୍‌କୁ ନେଇ ଏକ ଥିମ୍‌ ମଧ୍ୟ ରଖାଯାଇଛି ଓ ଅତିଥିମାନେ ସାଉଥ୍‌ ଲ’ର ଅପର ପାର୍ଶ୍ୱରେ ଥିବା ଏକ ପାଭିଲିୟନକୁ ଯିବେ। ଯେଉଁଠି ପ୍ରତ୍ୟେକ ଟେବୁଲ୍‌ରେ ଭାରତୀୟ ପତାକାର ରଙ୍ଗ ଭଳି ସବୁଜ ଓ କେଶରୀ ରଙ୍ଗର ଫୁଲ ସଜା ହୋଇଥିବ ବୋଲି ଦେଖିବାକୁ ମିଳିବ।

ଅଧିକ ପଢ଼ନ୍ତୁ: ହ୍ୱାଇଟ୍‌ ହାଉସ୍‌ରେ ଗିଫ୍ଟ ଏକ୍ସଚେଞ୍ଜ; କିଏ ଦେଲେ କେଉଁ ଉପହାର ?

କ’ଣ ରହିଛି ମେନ୍ୟୁରେ ?

ସେପଟେ ଜିଲ୍‌ ବାଇଡେନ ଅତିଥିଙ୍କୁ ସେଫ୍‌ ନୀନା କର୍ଟିସଙ୍କ ସହ ପରିଚୟ କରାଇଥିଲେ। ଏହି ଅବସରରେ ସେଫ୍‌ ନୀନା କହିଛନ୍ତି, ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନରେ ଆୟୋଜିତ ହେବାକୁ ଥିବା ରାଜକୀୟ ଶୈଳୀର ରାତ୍ର ଭୋଜନରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମିଲ କରିଛନ୍ତି। ଜିଲ୍‌ ବାଇଡେନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଶାକାହାରୀ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ମେନ୍ୟୁ ପ୍ରସ୍ତୁତ ହୋଇଛି। 

Advertisment

ଫାର୍ଷ୍ଟ କୋର୍ସ: ମ୍ୟାରିନେଟେଡ୍‌ ମିଲେଟ୍‌(ମାଣ୍ଡିଆ), ଗ୍ରୀଲ୍ଡ କର୍ଣ୍ଣ କର୍ଣ୍ଣେଲ ସାଲାଡ୍‌, ତରଭୁଜ, ଟ୍ୟାଙ୍ଗି ଆଭୋକାଡୋ ସସ୍

ମେନ୍‌ କୋର୍ସ: ଷ୍ଟଫେଡ୍‌ ପୋର୍ଟୋବେଲ୍ଲୋ ମଶରୁମ୍‌, କ୍ରିମି ସାଫ୍ରନ୍‌-ଇନ୍‌ଫ୍ୟୁଜ୍‌ଡ ରିସୋଟ୍ଟୋ, ସୁମାକ୍‌ ରୋଷ୍ଟେଡ୍‌ ସି ବାସ୍‌, ଲେମନ୍‌ ଡିଲ୍‌ ୟଗୁର୍‌ଟ୍‌ ସସ୍‌, ମିଲେଟ୍‌ କେକ୍‌ ଓ ସମର୍‌ ସ୍କ୍ୱାଶେସ୍‌।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିନର୍‌ ପରେ ଅନ୍ୟ କାର୍ଯ୍ୟକ୍ରମ ରଖାଯାଇଛି। ସୂଚନାଥାଉ କି, ୱାଶିଂଟନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ପ୍ରବାସୀ ଭାରତୀୟମାନେ ପାରମ୍ପରିକ ପୋଷାକ ପରିଧାନ କରି  ମୋଦିଙ୍କୁ ଅପେକ୍ଷା କରି ରହିଥିଲେ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେମାନେ ମୋଦି... ମୋଦି.. ମୋଦି କହି ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ପାଖକୁ ଯାଇ ଭେଟିଥିଲେ। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ।

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ