• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିନେ ଭାରତର ପ୍ରଥମ ମହିଳା ଲୋକୋ ପାଇଲଟ୍‌ ଥିଲେ । ଏବେ ଦେଶରେ ସର୍ବାଧିକ ବେଗରେ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଲେ । ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସୁରେଖା ଯାଦବ...ସେତେବେଳେ ପ୍ରଥମ ମହିଳା ଲୋକେ ପାଇଲଟ୍‌ ଭାବରେ ବେଶ୍‌ ପ୍ରଶଂସା ସାଉଁଟିଥିଲେ । ଏବେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ।

ବନ୍ଦେଭାରତ ଏକ୍ସପ୍ରେସ୍‌ । ଭାରତର ଦ୍ରୁତଗାମୀ ଟ୍ରେନ୍‌ । ଆଉ ସେହି ଟ୍ରେନର ଏବେ ସାରଥୀ ହୋଇଛନ୍ତି ଜଣେ ମହିଳା । ଆପଣ କହିପାରନ୍ତି ଆଜିକାଲି ଅନେକ ମହିଳା ଲୋକୋ ପାଇଲଟ୍‌ ହୋଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି? ସୁରେଖାଙ୍କୁ ନେଇ ଏଇଥି ଲାଗି ଚର୍ଚ୍ଚା ହେଉଛି କାରଣ ସେ ବନ୍ଦେ ଭାରତ ଏକ୍ସପ୍ରେସ ପରି ଦ୍ରୁତଗାମୀ ଟ୍ରେନ୍‌କୁ ସୁରୁଖୁରୁରେ ଚଳାଉଛନ୍ତି । କାରଣ ଏହି ଟ୍ରେନ ଚଳାଇବାକୁ ହେଲେ ନିଜକୁ ଦକ୍ଷତାର ସହ ସିଗ୍ନାଲ, ଟେକ୍ନିକାଲ, ଲାଇଟିଂ, ରେଲୱେ ଗାର୍ଡ ସମ୍ପର୍କିତ ସବୁ ଟିକିନିଖି ବିଭାଗ ସମ୍ପର୍କରେ ଅବଗତ ହେବାକୁ ପଡିବ । ଯେଉଁ କ୍ଷେତ୍ରରେ ସୁରେଖା ବହୁ ଆଗରେ ।

ସୁରେଖା ଯାଦବଙ୍କୁ ନେଇ ଏବେ ପୂରା ଦେଶରେ ବଢିଲାଣି ଚର୍ଚ୍ଚା । କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସୋମବାର ମୁମ୍ବାଇର ସୋଲାପୁର ଷ୍ଟେସନ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ମଧ୍ୟରେ ସେମି ହାଇସ୍ପିଡ ଟ୍ରେନକୁ ବେଶ୍‌ ଭଲରେ ଚଳାଇଥିଲେ ସୁରେଖା ।

ରେଳୱେର ସୂଚନା ଅନୁସାରେ, ବନ୍ଦେ ଭାରତ ଏକ୍ସପ୍ରେସ ମାର୍ଚ୍ଚ ୧୩ ତାରିଖରେ ସୋଲାପୁର ଷ୍ଟେସନ ଛାଡି ସିଏସଏମଟିରେ ପହଞ୍ଚି ପୂର୍ବରୁ ସୁରେଖାଙ୍କୁ ସମ୍ମାନିତ କରିବା ପାଇଁ ରେଲୱେ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା । ଏମିତିକି ୪୫୦ କିମି ବାଟ ଟ୍ରେନ ଚଳାଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସୁରେଖାଙ୍କୁ ୮ ନମ୍ବର ପ୍ଲାର୍ଟଫର୍ମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସୁରେଖାଙ୍କ ଏପରି ମହାନ୍‌ କାର୍ଯ୍ୟ ପାଇଁ ଖୋଦ୍‌ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଟ୍ୱିଟ କରି ତାଙ୍କୁ ପ୍ରଶଂସା କରିଛନ୍ତି । କହିଛନ୍ତି, ବନ୍ଦେ ଭାରତ, ପାୱାର୍‌ଡ ବାଏ ନାରୀ ଶକ୍ତି । ତେବେ ୧୯୮୮ ମସିହାରେ ସୁରେଖା ପ୍ରଥମ ମହିଳା ଟ୍ରେନ୍‌ ଡ୍ରାଇଭର ଭାବରେ ରେଲୱେରେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପାଇବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଥିଲେ ସୁରେଖା । ତେବେ ସେହି ପୁରୁଣା ରେକର୍ଡରେ ପୁଣି ଗୋଟିଏ ନୂଆ ରେକର୍ଡ ଯୋଡି ହୋଇଯାଇଛି । କାରଣ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇ ପୁଣି ରେକର୍ଡ କରିଛନ୍ତି ସୁରେଖା ।