/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679766499.jpg)
Rosaline Arokia Mary
ଭାରତୀୟ ରେଳ...ଆଜିକାଲି ସମସ୍ତେ ପ୍ରାୟ ରେଳରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଅଳ୍ପ ଟଙ୍କା, ଆରାମ ଦାୟକ ସୁବିଧା ପାଇଁ ଯାତ୍ରୀଙ୍କର ପସନ୍ଦ ରେଲୱେ । ହେଲେ ଅନେକ ସମୟରେ ଆମେ ଟ୍ରେନ୍ରେ ଯାତ୍ରା କରିବାବେଳେ ଅନେକ ଯାତ୍ରୀ ଟିକେଟ୍ କାଟନ୍ତି ନାହିଁ । ଅର୍ଥାତ୍ ବିନା ଟିକେଟ୍ରେ ଯାତ୍ରା କରନ୍ତି ଶହଶହ ଲୋକ । ହେଲେ ଟିକେଟ ନକରି ଟ୍ରେନ୍ରେ ଚଢୁଥିବା ଲୋକଙ୍କୁ ସାବାଡ୍ କରିଛନ୍ତି ଟିକେଟ୍ ଚେକର ରୋଜାଲିନ ଆରୋକିଆ ମେରି । ପାଖାପାଖି ୧ କୋଟି ଟଙ୍କା ସେ ଜରିମାନା ଆକାରରେ ଆଦୟ ବି କରିଛନ୍ତି ।
ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ୧କୋଟି ଜରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ସେ ବେଶ୍ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ ସେୟାର କରାଯାଇଛି । ଯେଉଁ ସମୟରେ ସେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜୋରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ରୋଜାଲିନଙ୍କ ଫଟୋ ଟ୍ୱିଟ କରି କ୍ୟାପସନରେ ଲେଖାଯାଇଛି, ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିଜର କାର୍ଯ୍ୟ କରୁଛନ୍ତି ରୋଜାଲିନ୍ । ବିନା ଟିକେଟରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କା ଜରିମାନା ଆକାରରେ ସଂଗ୍ରହ କରିଛନ୍ତି ।
ଅନେକ ସମୟରେ ଭାରତୀୟ ରେଳକୁ ନେଇ ଜୋରଦାର ଚର୍ଚ୍ଚା ହୁଏ । ଏମିତିକି ପୃଥିବୀର ସର୍ବାଧିକ ଯାତ୍ରା କେବଳ ରେଳରେ ହୁଏ ବୋଲି କୁହାଯାଏ । ପୂର୍ବରୁ ରେଳ ବିଭାଗ ଲାଗି ସ୍ୱତନ୍ତ୍ର ବଜେଟ୍ ବି ହେଉଥିଲା । ହେଲେ ଟ୍ରେନ୍ରେ ଟିକେଟ୍ ଅନେକ ଲୋକ କରନ୍ତି ନାହିଁ । ତେଣୁ ସେମାନଙ୍କୁ ସାବାଡ଼୍ କରିବାକୁ ରୋଜଲିନ ପଣ କରିଛନ୍ତି । ଆଉ ବୁଲି ବୁଲି ଟିକେଟ୍ ଚେକ୍ କରିବା ସହିତ ଜରିମାନା ବି ଆଦାୟ କରୁଛନ୍ତି...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)