Advertisment

ଗଣେଶ ପୂଜାରେ ଖୋଲିପାରିବନି ମାଂସ ଦୋକାନ, ପ୍ରଶାସନ ଦେଲା ନିର୍ଦେଶ

ଏକ ନୋଟିସ ଜାରି କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ ଦୋକାନ ଖୋଲିବ ନାହିଁ ।

ଅଦ୍ୟତନ ହୋଇଛି
 Mutton Shop

Mutton Shop

Advertisment

ଗଣେଶ ପୂଜାରେ ମାଂସ ଦୋକାନ ବନ୍ଦ । ମାଂସ ଦୋକାନ ଖୋଲିଲେ ପଡ଼ିବ ଜୋରିମାନା । ଏଭଳି ଏକ କଡ଼ା ନିର୍ଦ୍ଦେଶ ଦେଇଛି ବୁରାହାଟ ବାଙ୍ଗାଲୁରୁ ମହାନଗର ନିଗମ । ଏକ ନୋଟିସ ଜାରି କରି ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ କଟା ଦୋକାନ ଖୋଲିବ ନାହିଁ । ତେବେ ଏହି ନିର୍ଦ୍ଦେଶ କେବଳ ବୁରାହାଟ ବାଙ୍ଗାଲୁରୁ ମହାନଗର ନିଗମ ଅଞ୍ଚଳରେ ହିଁ କାର୍ଯ୍ୟକାରୀ ହେବ । ସେନେଇ ମଧ୍ୟ ନୋଟିସ୍‌ରେ ସ୍ପଷ୍ଟ ଭାବେ ଲେଖାଯାଇଛି ।

Advertisment

ଏଥିପାଇଁ ମହାନଗର ନିଗମ ପକ୍ଷରୁ ଏକ ସରକୁଲାର ଜାରି କରାଯାଇଛି । କନ୍ନଡ଼ ଭାଷାରେ ଏହି ନୋଟିସ ଜାରି କରାଯାଇଛି । ଯଦି ଏହାକୁ ଅନୁବାଦ କରିବା ତେବେ ସେଥିରେ ଲେଖାଯାଇଛି ଯେ, ‘କୌଣସି ବି ପଶୁ ମାଂସ କଟା ଦୋକାନ କିମ୍ବା ବିକ୍ରୀ ଦୋକାନ, ଗଣେଶ ଚତୁର୍ଥୀ ଦିନ ତଥା ବୁଧବାର ଅଗଷ୍ଟ ୩୧ ତାରିଖରେ ଖୋଲିବା ମନା ।’

ବୁରହାଟ ବାଙ୍ଗାଲୋର ମହାନଗର ନିଗମର ଅତିରିକ୍ତ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ ଏନେଇ ସୂଚନା ଦେଇଛନ୍ତି । ଯଦି କେହି ଅମାନିଆ ହୋଇ ସେହିଦିନ ମାଂସ ଦୋକାନ ଖୋଲନ୍ତି କିମ୍ବା କାଟନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ ବୋଲି କୁହାଯାଇଛି । ଏହାସହ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Advertisment
Banglore NoticeBanglore Notice
Ganesh Chaturthi Ganesh Puja Ganesh Puja 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ