ଶିବଲିଙ୍ଗ ନିକଟରେ ପଡିଲା ମାଂସ ଖଣ୍ଡ । ଯାହାକୁ ଦେଖି ଭକ୍ତମାନେ ଚକିତ ହୋଇଯାଇଛନ୍ତି । ତେବେ ଏମିତି କୁକର୍ମ କରିବାକୁ କିଏ କଲା ହୁଃସାହସ । ସତ ଘଟଣା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଥିଲା ।
Also Read
ମିଳିଥିବା ସୂଚନା ଅନୁସାରେ, ଶିବଲିଙ୍ଗ ନିକଟରେ ୨୫୦ ଗ୍ରାମ ଓଜନର ମାଂସ ଖଣ୍ଡ ମିଳିବାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ବୁଧବାର ମନ୍ଦିର ଭିତରକୁ ଆସି ପୂଜକ ପ୍ରଥମେ ଏହି ଘଟଣା ଦେଖିଥିଲେ। ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ମନ୍ଦିର ବାହାରେ ଭିଡ ଜମିଥିଲା । ଲୋକମାନେ ମନ୍ଦିର ବାହାରେ ଏକାଠି ହୋଇ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ଆଉ ଏ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।
ଅଧିକ ପଢ଼ନ୍ତୁ: ଅଧାରେ ରହିଲା ମହାକୁମ୍ଭ ଯାତ୍ରା, ବୋଲେରୋ-ବସ୍ ଧକ୍କାରେ ୧୦ ଶ୍ରଦ୍ଧାଳୁ ମୃତ, ୧୯ ଗୁରୁତର
ସେପଟେ ଏହି ଘଟଣା ପରେ ହିଂସା ଆଶଙ୍କା କରି ମନ୍ଦିର ସାମ୍ନାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ହାଇଦ୍ରାବାଦର ଡେପୁଟି କମିଶନର ଚନ୍ଦ୍ର ମୋହନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମନ୍ଦିର ଦ୍ବାର ବନ୍ଦ ରହିଥିବା କାରଣରୁ କୌଣସି ପଶୁ ପକ୍ଷୀଙ୍କ ଦ୍ବାରା ଏଭଳି ମାଂସ ଆସିଥିବା ସନ୍ଦେହ କରାଯାଉଥିବା ସେ କହିଥିଲେ ।
ତେବେ ଏହି ସମୟରେ ହାଇଦ୍ରାବାଦ ଡେପୁଟି କମିଶନରଙ୍କ ନଜର ପଡିଥିଲା ମନ୍ଦିର ବାହାରେ ଥିବା ଏକ CCTV କ୍ୟାମେରା ଉପରେ । ଯାହାର ଫୁଟେଜ ଯାଞ୍ଚ କରିବା ପରେ ପ୍ରକୃତ ସତ ପଦାକୁ ଆସିଥିଲା ।
ସିସିଟିଭି ଭିଜୁଆଲରେ ଜଣା ପଡୁଥିଲା କି ଏକ ବିଲେଇ ପାଟିରେ କିଛି ଧରି ମନ୍ଦିର ଭିତରକୁ ପ୍ରବେଶ କରୁଛି । ତେବେ ବିଲେଇଟି କ’ଣ ଧରିଥିଲା ତାହା କିନ୍ତୁ ସ୍ପଷ୍ଟ ଭାବେ ଜଣାପଡୁନଥିଲା । ତେବେ ମନ୍ଦିରରେ ମାଂସ ମିଳିବା ସମୟ ଓ CCTVର ସମୟ ଭିତରେ ସମାନତା ରହୁଥିବାରୁ ବିଲେଇ ହିଁ ଶିବଲିଙ୍ଗ ପାଖରେ ମାଂସ ଖଣ୍ଡ ରଖିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଡେପୁଟି କମିଶନର ଚନ୍ଦ୍ର ମୋହନ । ତେବେ ବିଲେଇ କିପରି ମାଂସ ଧରି ମନ୍ଦିର ଭିତରକୁ ପ୍ରବେଶ କଲା ଓ ଏହାକୁ କିପରି କେହି ଦେଖିପାରିଲେ ନାହିଁ ? ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।