• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ୧୩ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବା କହିଛି ଅଗ୍ନିଶମ ବିଭାଗ ।

ଘର ସହ ଲୋକଙ୍କୁ ଗିଳିଦେଲା ଭୟଙ୍କର ନିଆଁ । ଗତକାଲି ରାତି ୧ଟାରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଘଟିବା ତୁରନ୍ତ ପରେ ଉଦ୍ଧାର ଉପକରଣ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ । ରାତି ପ୍ରାୟ ୪ଟା ସୁଦ୍ଧା ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ତେବେ । ଏହି ଅଗ୍ନିକାଣ୍ଡରେ ବସ୍ତିର ୩୦ଟି ଘର ପୋଡି ଯାଇଥିବା ବେଳେ ୭ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଅନେକ ଲୋକଙ୍କ କବଳରୁ ବହୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ତେବେ କେଜ୍ରିୱାଲ ଅଗ୍ନିକାଣ୍ଡ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ସକାଳୁ ସକାଳୁ ରାଜଧାନୀରୁ ଏକ ଦୁଃଖର ଖବର ମିଳିଛି । ଏହାସହ ସେ ନିଜେ ଘଟଣାସ୍ଥଳକୁ ଯାଇ ପୀଡିତଙ୍କୁ ଭେଟିବେ ବୋଲି କହିଛନ୍ତି ।