Massive fire, furniture shop, Delhi's Kirti Nagar
ରାଜଧାନୀ ନୂଆଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଦିଲ୍ଲୀ କୀର୍ତ୍ତି ନଗରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫର୍ଣ୍ଣିଚର ସୋ’ ରୁମରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି । ସଂଧ୍ୟା ସମୟରୁ ଲାଗିଥିଲେ ମଧ୍ୟ ନିଆଁ ଏ ପର୍ଯ୍ୟନ୍ତ ଆୟତ୍ତ ହୋଇପାରିନାହିଁ । ନିଆଁ ଲିଭାଇବାକୁ ୧୭ଟି ଦମକଳ ନିୟୋଜିତ ହୋଇଛନ୍ତି ।
ଅଗ୍ନିଶମ ଅଧିକାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କିର୍ତ୍ତି ନଗରର ବ୍ଲକ ଟୁ ଅଞ୍ଚଳରେ ଥିବା ଏକ ବଡ଼ ଫର୍ଣ୍ଣିଚର ସୋ’ ରୁମରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ନିଆଁ କେମିତି ଲାଗିଲା, ସେ ନେଇ କିଛି ଜଣାପଡ଼ିନି । ସେପଟେ ମୃତାହତଙ୍କ ସମ୍ପର୍କରେ ମଧ୍ୟ କିଛି ବି ସୂଚନା ମିଳିନାହିଁ।
ସୋ’ ରୁମର ସମ୍ମୁଖ ଭାଗରୁ ନିଆଁ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି । କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697647477.jpg)